Advertisment

ଶ୍ରୀଜିଉଙ୍କ ଦର୍ଶନ କଲେ ବାଗେଶ୍ୱର ବାବା

ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ ବାବା ବାଗେଶ୍ୱର।

puri

puri

Advertisment

ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ବାବା। ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଗତକାଲି ଭୁବନେଶ୍ୱରରରେ ପହଞ୍ଚିବାପରେ ସନ୍ଧ୍ୟାରେ ପୁରୀ ଗସ୍ତ କରିଥିଲେ।

Advertisment

କଡା ସୁରକ୍ଷା ବଳୟ ମଧ୍ୟରେ ଶିଷ୍ୟମାନଙ୍କ ଗହଣରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମାଆ ବିମଳା,ଲକ୍ଷ୍ମୀମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିସରରେ ରହିବା ସହ ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ ବାବା ବାଗେଶ୍ୱର। ବାବା ବାଗେଶ୍ୱରଙ୍କୁ ୬କେଜି ୫ଶହ ଓଜନର ପିତ୍ତଳ ଗଦା ପ୍ରଦାନ କରିଛନ୍ତି କଟକ ଧବଳେଶ୍ୱର ମନ୍ଦିରର ପୂଜକ ସୀତେଶ କୁମାର ପତ୍ରୀ।

ବାଗେଶ୍ୱର ବାବା କହିଛନ୍ତି, ବଢ଼ିଆ ଦର୍ଶନ ହେଲା। ବ୍ୟବସ୍ଥା ଭଲ ଥିଲା। ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ପାଖରେ ଗୁହାରୀ କରିଛି।

Advertisment

ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି, ସିଂହ ଦ୍ୱାର ଯାଇ ବାଗେଶ୍ୱର ବାବା ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ମହପ୍ରଭୁଙ୍କୁ ଦର୍ଶନ କରିବାବେଳେ ସେ ଭାବ ବିହ୍ୱଳ ହୋଇଯାଇଥିଲେ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe