ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅପରିଚିତ ମୃତଦେହର କରାଯାଇଛି ସଂସ୍କାର। ରାଜଧାନୀର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସ୍ବେଛାସେବୀ ସଂଗଠନ ପ୍ରଦୀପ ଟ୍ରଷ୍ଟ ଦ୍ବାରା ସଂସ୍କାର କାମ ଶେଷ ହୋଇଛି। ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା। ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା।