ମିଳିଲାନି ପରିଚୟ, ଜଳିବେ ୨୮ ଅଚିହ୍ନା ଶବ

DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା।

Manoj Swain
  • Published: Sunday, 08 October 2023
  • Updated: 08 October 2023, 08:02 PM IST

Sports

Latest News

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର । ୨୮ ମୃତଦେହର ସଂସ୍କାର ନେଇ ବିଏମ୍‌ସି ମେୟରଙ୍କ ସୂଚନା । ଭରତପୁର ଓ ସତ୍ୟନଗର ଶ୍ମଶାନରେ ହେବ ସଂସ୍କାର । CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ । DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଥାତ୍ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos