ମିଳିଲାନି ପରିଚୟ ଜଳିବେ 28 ଅଚିହ୍ନା ଶବ | Odisha Reporter
ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର । ୨୮ ମୃତଦେହର ସଂସ୍କାର ନେଇ ବିଏମ୍ସି ମେୟରଙ୍କ ସୂଚନା । ଭରତପୁର ଓ ସତ୍ୟନଗର ଶ୍ମଶାନରେ ହେବ ସଂସ୍କାର । CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ । DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଥାତ୍ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍ସି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us