Advertisment

ଦୁବାଇରେ ଫସିଛନ୍ତି ୮ ଜଣ ଓଡ଼ିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଏହି ୮ ଜଣ ଓଡ଼ିଆ ଗତ ମେ’ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଜଣେ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ।

Baijayant panda

Baijayant panda

Advertisment

ଦୁବାଇରେ ଫସିଥିବା ୮ ଜଣ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢ଼ାଳିଆ ଗାଁର ସ୍ୱର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁରର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲା ନେହୁଳିଆ ଗାଁର ଶତ୍ରୁଘ୍ନ ସମାଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲା କଳପଡ଼ାର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡ଼ାର ବିମ୍ବାଧର ହାତୀଙ୍କ ୩ ପୁଅ- ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୁଃଶାସନ ପ୍ରଧାନଙ୍କ ପୁଅ ପୀତବାସ ପ୍ରଧାନ ଗତ ମେ’ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଜଣେ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ବର୍ତ୍ତମାନ ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଛନ୍ତି।

ଉପାୟଶୂନ୍ୟ ହୋଇ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Advertisment
Baijayant Jay Panda Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe