Advertisment

ବିନା ବ୍ୟବଚ୍ଛେଦରେ ମୃତଦେହକୁ ପୋତି ଦେଲା ବଲାଙ୍ଗିର ଜିଆରପି!

ବଲାଙ୍ଗିର କୁକୁଡ଼ାହାଡ଼ ନିକଟସ୍ଥ ରେଳ ଧାରଣାରୁ ଗତ ୧୩ ତାରିଖରେ ମିଳିଥିବା ଲଳିତ ଜୈନଙ୍କ ମୃତଦେହକୁ ବିନା ବ୍ୟବଚ୍ଛେଦ ତଥା ନିୟମ ବାହାରକୁ ଯାଇ ଜିଆରପି ପୋତିଦେଇଥିବା ଅଭିଯୋଗ ହୋଇଛିା

ଅଦ୍ୟତନ ହୋଇଛି
buried the dead body

buried the dead body

Advertisment

ବିନା ବ୍ୟବଚ୍ଛେଦରେ ମୃତଦେହକୁ ପୋତି ଦେଲା ବଲାଙ୍ଗିର ଜିଆରପି। ବଲାଙ୍ଗିର କୁକୁଡ଼ାହାଡ଼ ନିକଟସ୍ଥ ରେଳ ଧାରଣାରୁ ଗତ ୧୩ ତାରିଖରେ ମିଳିଥିବା ଲଳିତ ଜୈନଙ୍କ ମୃତଦେହକୁ ବିନା ବ୍ୟବଚ୍ଛେଦ ତଥା ନିୟମ ବାହାରକୁ ଯାଇ ଜିଆରପି ପୋତିଦେଇଥିବା ଅଭିଯୋଗ ହୋଇଛିା ଗତ ଦୁଇ ଦିନ ତଳେ ଅର୍ଥାତ ୧୩ ତାରିଖରେ କଣ୍ଟାବାଞ୍ଜିର ଲଳିତ ଜୈନ(୧୫) ଘରୁ କେଉଁ ଆଡ଼େ ନିଖୋଜ ଥିଲେ। ସେଦିନ ଅପରାହ୍ନରେ ତାଙ୍କ ମୃତଦେହ ମିଳିବା ପରେ ବ୍ୟବଚ୍ଛେଦ କିମ୍ବା ତଦନ୍ତ ନକରି ମୃତଦେହକୁ ପୋତି ଦେଇଥିଲା ଜିଆରପି ପୁଲିସ୍। 

Advertisment

ଗତକାଲି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ନିଖୋଜ ଏତଲା ହେବା ପରେ ଆଜି ମୃତଦେହକୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିକି ବାହାର କରିଛି ଜିଆରପି। ଖାଲି ଏତିକି ନୁହେଁ ମାଟି ଖୋଳି ମୃତଦେହ ବାହାର କରିବା ପରେ ବ୍ୟବଚ୍ଛଦ କରି ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରିନି ଜିଆରପି। ମୃତଦେହକୁ ସିଧାସଳଖ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏନେଇ କଣ୍ଟାବାଞ୍ଜି ଜିଆରପି ଥାନା ଏସଆଇ ସୀତାରାମ ସୁନାନୀଙ୍କୁ ପଚାରିବାରୁ ସେ ସଠିକ୍ ଉତ୍ତର ଦେଇନପାରି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତିା ଏବେ ଲଳିତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେବା ସହ ଜିଆରପିର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା

Advertisment

ସୂଚନା ଥାଉକି, କୌଣସି ନିଖୋଜ କିମ୍ବା ଅପରିଚିତଙ୍କ ମୃତଦେହ ମିଳିବା ପରେ ଏହାକୁ ବ୍ୟବଚ୍ଛେଦ କରିବା ସହ ଜିଆରପି ଘଟଣାର ମୂଳକାରଣ ତଦନ୍ତ କରି ବାହାର କରିବା କଥା। ଏହାଛଡ଼ା ମୃତଦେହକୁ ଚିହ୍ନଟ କରିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ମେଡିକାଲରେ ରଖିବା କଥା। ମୃତକଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଜାଣିଥିଲେ ସେମାନଙ୍କୁ ପହଞ୍ଚିବାକୁ ସୂଚନା ଦେବା କଥା। ହେଲେ ଜିଆରପି ପୁଲିସ ଏହି ନିୟମକୁ ପାଳନ କରିନଥିବା ଅଭିଯୋଗ ହୋଇଛି।

Balangir Grp Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe