Farmers
ରାଜ୍ୟ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି ‘ବଳରାମ’ ଯୋଜନାର ହିତାଧିକାରୀଙ୍କ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପପତ୍ର ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ ଡିସେମ୍ବର ୬ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକମୁକ୍ତ କୃଷି ଓ କୃଷିଜାତ କାର୍ଯ୍ୟ ନିମନ୍ତେ ଋଣ ପରମାଣକୁ ୧.୬୦ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେଣୁ ରାଜ୍ୟ ସରକାର ବଳରାମ ଯୋଜନାର ଗାଇଡଲାଇନରେ ସଂଶୋଧନ କରି ଋଣ ପରିମାଣକୁ ୧.୬୦ଲକ୍ଷ ଟଙ୍କା ପରିବର୍ତ୍ତେ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଭୂମିହୀନ ଚାଷୀଙ୍କୁ ରିହାତି ଦରରେ ସହଜରେ କୃଷି ଋଣ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ୨୦୨୦ ମସିହାରୁ ‘ବଳରାମ’ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Farmers_1738079359.jpg)