Advertisment

ସେହି କାଳ ରାତି ଓ ଆର୍ତ୍ତଚିତ୍କାରକୁ ପୂରିଲା ବର୍ଷେ

ସେଦିନର ସେହି କାଳ ରାତିରେ ଉଚ୍ଛନ୍ନ ହୋଇଯାଇଲା ଶହଶହ ଲୋକଙ୍କ ସଂସାର।

bahanaga

bahanaga

Advertisment

ଚାହୁଁ ଚାହୁଁ ବାହନଗା ଟ୍ରିପଲ ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ତଥାପି ମନରୁ ଲିଭିନି ସେହି କାଳ ରାତିର ଛାତିଥରା ଘଟଣା। ସେଦିନର ସେହି କାଳ ରାତିରେ ଉଚ୍ଛନ୍ନ ହୋଇଯାଇଲା ଶହଶହ ଲୋକଙ୍କ ସଂସାର। ଅଚିହ୍ନା ହୋଇ ରହିଯାଇଥିଲେ ଅନେକ ଶବ। 

Advertisment

ସିରିଜ୍ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହାରାଇଥିଲେ ୨୯୬ ଯାତ୍ରୀ। ୧୨ ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଅନେକ ଅଚିହ୍ନା ଶବ ହୋଇ ରହିଯାଇଥିଲେ। ପ୍ରାଶସନ ପକ୍ଷରୁ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ଘଟଣାକୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ଟ୍ରେନ୍ ଟ୍ରେଜେଡିର କାରଣ ଏଯାଏ ମିଳିନି। ସିବିଆଇ ଏହାର ତଦନ୍ତ ଜାରି ରଖିଛି।

ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା। ସେହିଦିନ ଶୁକ୍ରବାରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା। ୨୦୨୩ ଜୁନ୍ ୨ ତାରିଖ ସଂଧ୍ୟା ୬ଟା ୪୦ ମନିଟରେ ଘଟିଥିଲା ଛାତିଥରା ଦୁର୍ଘଟଣା।

Advertisment

ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଟ୍ରେନ ଦୁର୍ଘଟଣା। ଦୁଇ ନମ୍ବର ଟ୍ରାକ୍‌ରେ ଯାଉଥିବା କରମଣ୍ତଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଥମେ ଉକ୍ତ ଟ୍ରାକ୍‌ରେ ଥିବା ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକ୍‌ରେ ଆସୁଥିବା ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗିରେ ଯାଇ ମାଡ଼ ହୋଇଥିଲା।

ବଗି ଉପରେ ବଗି ଚଢ଼ିଯାଇଥିଲା। ବହୁ ଯାତ୍ରୀଙ୍କର ଆର୍ତ୍ତଚିତ୍କାର କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ଓଲଟପାଲଟ କରି ଦେଇଥିଲା।

ପାଖାପାଖି ୧୭ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲା। ସେଦିନର ଶବର ପାହାଡ଼ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକଙ୍କ ମନରୁ ଏଯାଏ ଲିଭିନି ଦୁଃଖ। ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାନ୍ତି ଓଡ଼ିଶାବାସୀ। ସେଦିନର ଦୃଶ୍ୟ କଥା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯୬ ଜଣଙ୍କ ମଧ୍ୟରୁ ଜଣେ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଗୋସେଇଁ ପାଟଣା ଗାଁର ମଞ୍ଜୁଲତା ପାତ୍ର। ଆଜି ବି ମାଆଙ୍କ କଥା ମନେ ପକାଇ ଛଳ ଛଳ ହୋଇଯାଉଛି ଝିଅ ଦେବସ୍ମିତାଙ୍କ ଆଖି। ବର୍ଷକ ତଳେ ଠିକ୍ ଆଜିର ଦିନରେ ମା’ ତାଙ୍କ ପାଖରେ ଥିଲେ। ହେଲେ ଆଜି ଆଉ ନାହାନ୍ତି। ମା’ଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ଦେବସ୍ମିତା।

କାହିଁକି ନା ସେଦିନର ସେହି କାଳ ରାତି ଉଜାଡ଼ି ଦେଇଥିଲା ତାଙ୍କ ସୁନାର ସଂସାର। ତାଙ୍କଠୁ ତାଙ୍କ ମାଆଙ୍କୁ ଛଡ଼ାଇ ନେଇଥିଲା ଦଇବ।। ମଞ୍ଜୁଲତା ସେଦିନ ଝିଅର ମେଡିକାଲ ରିପୋର୍ଟ ଆଣିବାକୁ କରମଣ୍ଡଳରେ କଟକ ଅଭିମୁଖେ ବାହାରିଥିଲେ।

ହେଲେ ରାତିରେ ଟ୍ରେନ୍ ଦୁର୍ଘଟଣା ତାଙ୍କର ମୃତ୍ୟୁ ହୋଇଥିଲା। ଶେଷ ସ୍ମୃତି ଭାବେ ଫଟୋକୁ ଦେଖି ବିତି ଯାଇଛି ଗୋଟିଏ ବର୍ଷ। ମଞ୍ଜୁଲତାଙ୍କ ସ୍ୱାମୀ ମଧ୍ୟ ପତ୍ନୀଙ୍କୁ ମନେ ପକାଇ ବାହୁନି ହେଉଛନ୍ତି।

Balasore Train Accident Bahanaga Bahanaga Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe