Advertisment

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ରାଗିଗଲେ ମେୟର

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ।

Cuttack Mayor & Baliyatra

Cuttack Mayor & Baliyatra

Advertisment

କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ମାତ୍ର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା।

Advertisment

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି।

ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ  ରାଜ୍ୟ ସରକାର। ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା ଦେବାକୁ କିଏ ଉପଯୁକ୍ତ ଅଧିକାରୀ ବୋଲି ପଚାରିଛନ୍ତି ମେୟର।

Advertisment

ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ମେୟର। ତେବେ ଏନେଇ କେନ୍ଦ୍ର କିମ୍ବା ବିଜେପିର ପ୍ରତିକ୍ରିୟା ମିଳିନାହିଁ।

Cuttack Cuttack Mayor Baliyatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe