Advertisment

ବାନ୍ଧବୀଙ୍କୁ ଜୀବନସାଥୀ କରିବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ଅମ୍ରିତ ଋତୁରାଜ ନିଜର ଦୀର୍ଘଦିନର ବାନ୍ଧବୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ଅମ୍ରିତ ଋତୁରାଜ ନିଜର ଦୀର୍ଘଦିନର ବାନ୍ଧବୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗତକାଲି କଟକର ଖାନନଗରସ୍ଥିତ ଏକ ମନ୍ଦିରରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ଯୁବ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କର ବାନ୍ଧବୀଙ୍କୁ ଆସନ୍ତା ଜାନୁୟାରୀ ୩୧ତାରିଖରେ ବିବାହ କରିବେ । ଉଭୟ ପରିବାରର ଉପସ୍ଥିତିରେ ଗତକାଲି ରବିବାର ନିର୍ବନ୍ଧ ଶେଷ ହୋଇଛି। ତେବେ ନିର୍ବନ୍ଧରେ ଅମ୍ରିତ ଓ ତାଙ୍କ ବାନ୍ଧବୀ ଉପସ୍ଥିତ ନଥିଲେ । କେବଳ ଉଭୟ ପରିବାର ସଦସ୍ୟ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ମନ୍ଦିରରେ ଏହି ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।

ଅମ୍ରିତଙ୍କ ଭାବିପତ୍ନୀ ଏବେ ଓଡ଼ିଶା ସରକାରରେ ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅମ୍ରିତଙ୍କ ଭାବିପତ୍ନୀ ହେଉଛନ୍ତି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଅଫିସର ଅମୃତା ପ୍ରିୟମ୍ବଦା ଓ ସେ ଏବେ ଅନୁସୂଚିତ ଜାତି-ଜନଜାତି ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଉଭୟ ରେଭେନ୍ସା କଲେଜରେ ପାଠ ପଢ଼ୁଥିଲେ ଓ ଉଭୟଙ୍କ ଘର କଟକ ଜିଲ୍ଲାରେ । ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିବା ରାଜ୍ୟ ପ୍ରଶାସନିକ ମହଲରୁ ସୂଚନା ମିଳିଛି ।

Advertisment

ଉଲ୍ଲେଖଯୋଗ୍ୟ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାପାଳଙ୍କ ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିବାହ ହେବାକୁ ଯାଉଛି ।

Kendrapada