Advertisment

ବଢିଲା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚ୍ଛନକା

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ରାଜନଗର ବ୍ଲକର ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଡଙ୍ଗାମାଳ, ଭିତରକନିକା, ଗହୀରମଥା, ଅହିରାଜପୁର, ଅମରାବତୀ, କନକନଗର, ଜମ୍ବୁ, ଖାରନାସି, ବତୀଘର, ପିତାପାଟ ଆଦି ଗାଁରେ ନବେ ଭାଗ ଲୋକ ବାଂଲାଦେଶୀ।

author-image
Manoranjan Sial
Bangladesh Refugee

Bangladesh Refugee

ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁପ୍ରବେଶକାରୀଙ୍କ ନିଦ ହଜିଲାଣି।

Advertisment

୨୦୨୧ ମସିହାରେ ଓଡ଼ିଶାରେ ସରକାରୀ ଭାବେ ଚିହ୍ନଟ ହୋଇଥିଲେ ୩ ହଜାର ୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ। ସେମାନେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମାଲକାନଗିରି, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲା, ଏପରିକି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ତେବେ ହୁଗୁଳା ମେରାଇନ ଥାନା ଓ ମୁକୁଳା ସମୁଦ୍ର ଉପକୂଳ ଯୋଗୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା ଏବଂ ସେମାନେ ଜାଲିଆତି କରି ଆଧାର ଓ ରାସନ କାର୍ଡ ବି ହାତଉଥିବା ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ନିଶ୍ଚିତ ରୂପେ ବଡ଼ ଚାଲେଞ୍ଜ ରହିବ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ରାଜନଗର ବ୍ଲକର ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଡଙ୍ଗାମାଳ, ଭିତରକନିକା, ଗହୀରମଥା, ଅହିରାଜପୁର, ଅମରାବତୀ, କନକନଗର, ଜମ୍ବୁ, ଖାରନାସି, ବତୀଘର, ପିତାପାଟ ଆଦି ଗାଁରେ ନବେ ଭାଗ ଲୋକ ବାଂଲାଦେଶୀ। ୨୦୦୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଦିଆଯାଇଥିଲା ଦେଶାନ୍ତର ନୋଟିସ। ୨୦ ବର୍ଷ ହେଲା ଏହି ନୋଟିସ ଶୀତଳଭଣ୍ଡାରରେ ପଡ଼ିଥିବା ବେଳେ ବାସ୍ତବ ସଂଖ୍ୟା ଏହାଠୁ ଢେର ଅଧିକ ବୋଲି ଅଭିଯୋଗ ହୋଇଛି।

Advertisment

ଆଉ ଏବେ ବାଂଲାଦେଶରେ ଅସ୍ଥିରତା ଜାରି ଥିବା ବେଳେ, ଓଡ଼ିଶାରେ ପୁଣି ଆରମ୍ଭ ହୋଇଛି ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା। ତହସିଲ, ବ୍ଲକ ଓ ଥାନା ସ୍ତରରେ ଅଧିକାରୀମାନଙ୍କ ଟିମ୍‌ ଗଠନ କରି ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକ ଖୁସି ପ୍ରକାଶ କରିଥିବା ବେଳେ, ଆଇନତଃ ବସବାସ କରୁଥିବା ବାଂଲାଦେଶୀ ଶରଣାର୍ଥୀମାନେ ମଧ୍ୟ ସ୍ୱାଗତ କରିଛନ୍ତି।

ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ। ଛୋଟିଆ ଡଙ୍ଗାରେ ବି ଏହାକୁ ଅଳ୍ପ କିଛି ଘଣ୍ଟାରେ ପାରି କରିହେଉଥିବାରୁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଦଶନ୍ଧି ଦଶନ୍ଧି ଧରି ପଶ୍ଚିମବଙ୍ଗ ପରେ ଓଡ଼ିଶା ବନିଆସିଛି ସଫ୍ଟ ଟାର୍ଗେଟ୍।

Balasore Kendrapara Bangladesh Refugees Row