Advertisment

ବାଂଲାଦେଶରୁ ବାଲେଶ୍ୱର, ସ୍ୱାମୀଙ୍କୁ ଖୋଜୁଛନ୍ତି ରୁମା

ବିବାହ ପରେ ବିରେନ୍ଦ୍ର ତାଙ୍କୁ ଛାଡି ଚାଲି ଆସିଥିଲେ ବୋଲି ରୁମା ଅଭିଯୋଗ କରିଛନ୍ତି। ବିରେନ୍ଦ୍ରଙ୍କ ପରିବାର ଲୋକଙ୍କ ଆଗରେ ସ୍ତ୍ରୀର ମାନ୍ୟତା ଦାବି କରିଛନ୍ତି ରୁମା।

author-image
Madhupriya Mistry
ଅଦ୍ୟତନ ହୋଇଛି
Ruma Mariyam

Ruma Mariyam

ବାଂଲାଦେଶରୁ ଓଡ଼ିଶା। ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି ରୁମା। ସ୍ୱାମୀଙ୍କୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଛନ୍ତି ରୁମା ମରିୟମ୍‌। ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ ରୁମାଙ୍କ ଘର। ବିବାହ ପରେ ତାଙ୍କୁ ସ୍ୱାମୀ ଛାଡି ଚାଲି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

୬ ବର୍ଷ ପୂର୍ବେ ବାଂଲାଦେଶୀ ଯୁବତୀ ରୁମା ମାରିୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଦିଘାରେ ଦେଖା ହୋଇଥିଲା। ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖା କରିଥିଲେ। ଏହାପରେ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ ବିରେନ୍ଦ୍ର। ୬ ବର୍ଷର ସମ୍ପର୍କ ପରେ ମୁସଲିମ ରୀତିନୀତି ଅନୁସାରେ ବାଂଲାଦେଶରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ବିରେନ୍ଦ୍ର ସେଠାରେ ତାଙ୍କୁ ଛାଡି ଚାଲି ଆସିଥିଲେ ବୋଲି ରୁମା ଅଭିଯୋଗ କରିଛନ୍ତି।

ସ୍ୱାମୀଙ୍କୁ ଖୋଜି ଖୋଜି ଏବେ ରୁମା ବାଂଲାଦେଶରୁ ବୁଦ୍ଧକୁସୁମୀ ଗାଁରେ ପହଞ୍ଚିଛନ୍ତି। ବିରେନ୍ଦ୍ରଙ୍କ ପରିବାର ଲୋକଙ୍କ ଆଗରେ ସ୍ତ୍ରୀର ମାନ୍ୟତା ଦାବି କରିଛନ୍ତି ରୁମା। କେବଳ ସେତିକି ନୁହେଁ ବିରେନ୍ଦ୍ରଙ୍କୁ ସେ ବିବାହ କରିଥିବା ନେଇ ପ୍ରମାଣ ସ୍ୱରୂପ ଏକ ଫଠୋ ମଧ୍ୟ ଦେଖାଇଛନ୍ତି।

Advertisment

ଅନ୍ୟପଟେ ବରେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି କି ୬ ବର୍ଷ ହେବ ସଂପୃକ୍ତ ମହିଳା କେବେ ଫୋନ କରିନାହାଁନ୍ତି କି ଆସିନାହଁନ୍ତି । ତେଣୁ ହଠାତ୍ ଆସି ସ୍ତ୍ରୀର ମାନ୍ୟତା ଦାବି କରିବା ପଛରେ ତାଙ୍କର କିଛି ଉଦ୍ଦେଶ୍ୟ ଥାଇପାରେ ବୋଲି କହିଛନ୍ତି ବରେନ୍ଦ୍ରଙ୍କର ପରିବାର ଲୋକେ। ବିରେନ୍ଦ୍ର ଆଉ ଏକ ବିବାହ କରି ଘରଠାରୁ ଅଲଗା ରହୁଥିବା ତାଙ୍କ ବାପା କହିଛନ୍ତି।

Search Husband Bangladeshi Girl Balasore