Advertisment

ଚିହ୍ନଟ ହେବେ ବାଂଲାଦେଶୀ, ସ୍ୱଦେଶ ପଠାଇବା ନିଷ୍ପତ୍ତି ବିଚରାଧୀନ ଅଛି: ମୁଖ୍ୟମନ୍ତ୍ରୀ

ଶ୍ରୀ ମାଝୀ କହିଛନ୍ତି ଯେ, ବାଂଲାଦେଶରେ ସମ୍ପ୍ରତି ଘଟିଥିବା ରାଜନୀତିକ ଘଟଣାବଳୀ ପରିପ୍ରେକ୍ଷୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିମୟିତ ଭାବେ ସାମୁଦ୍ରିକ ସୀମାରେ ପାଟ୍ରୋଲିଂ କରାଯାଇ ଅନୁପ୍ରବେଶ ରୋକିବା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।

author-image
Ordigital Desk
Bangladeshis

Bangladeshis

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୩୭୪୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ଦେଶକୁ ଫେରାଇବା ନିଷ୍ପତ୍ତି ଏବେ ସରକାରୀସ୍ତରରେ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

Advertisment

ଆଜି ବିଧାନସଭାରେ ବିଧାୟକ ଅମର କୁମାର ନାୟକ, ଭାସ୍କର ମଢ଼େଇ, ବିଭୂତିଭୂଷଣ ବଳବନ୍ତରାୟ, ମାନସ କୁମାର ଦତ୍ତଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବାଂଲାଦେଶରେ ସମ୍ପ୍ରତି ଘଟିଥିବା ରାଜନୀତିକ ଘଟଣାବଳୀ ପରିପ୍ରେକ୍ଷୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିମୟିତ ଭାବେ ସାମୁଦ୍ରିକ ସୀମାରେ ପାଟ୍ରୋଲିଂ କରାଯାଇ ଅନୁପ୍ରବେଶ ରୋକିବା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏନପିଆର କାର୍ଡ ରିଡର ମେସିନ ଦ୍ୱାରା ମାଛ ମାରିବାକୁ ଆସୁଥିବା ଓ ଯାଉଥିବା ଲୋକମାନଙ୍କ ପରିଚୟ ପତ୍ର ଯାଂଚ କରାଯାଉଛି । ବାଂଲାଦେଶରୁ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲାର ଏସପିମାନଙ୍କୁ ସଜାଗ ରହି ଜଳପଥରେ ପାଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଅନୁସାରେ ତହସିଲ, ବ୍ଳକ ଓ ଥାନାସ୍ତରରେ ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରି ରାଜ୍ୟର ଅନ୍ୟାନ୍ୟ ଅଂଚଳ ସମେତ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ସମେତ ଭୁବନେଶ୍ୱରରେ ରହୁଥିବା ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

୨୦୨୧ ମସିହା ସୁଦ୍ଧ ରାଜ୍ୟରେ ମୋଟ ୩୭୪୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲା ଯଥା- ବରଗଡ଼-୨, ଭଦ୍ରକ-୧୯୯, କେନ୍ଦ୍ରାପଡ଼ା-୧୬୪୯, ଭୁବନେଶ୍ୱର-୧୨, ଜଗତସିଂହପୁର-୧୧୧୨, ମାଲକାନଗିରି ୬୫୫, ନବରଙ୍ଗପୁର-୧୦୬ ଓ ଭୁବନେଶ୍ୱରରେ ୧୭ଜଣ ବସବାସ କରୁଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବିଷୟ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Bjp