Advertisment

ଭାରତୀ ସିଂଙ୍କୁ ନ୍ୟାୟ ଦେବା ପାଇଁ NHRCରେ ଆବେଦନ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ବନ୍ଧଗୋଡ଼ା ପଞ୍ଚାୟତର ଆଦିବାସୀ ମହିଳା ଭାରତୀ ସିଂ ଦୀର୍ଘ ୪ ବର୍ଷ ହେଲା ବ୍ୟାଙ୍କ ମିତ୍ର ଭାବେ କାମ କରି ଆସୁଥିଲେ। ତାଙ୍କୁ ମାସିକ ପରିଶ୍ରମିକ ବାବଦକୁ ୬୦୦୦ ଟଙ୍କର ମିଳୁଥିଲା।

Bharati

Bharati

Advertisment

ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ମାମଲା ଜାତୀୟ ମାନବ ଅଧିକାର କମିଶନ (NHRC)ରେ ପହଞ୍ଚିଛି। ଭାରତୀଙ୍କୁ ନ୍ୟାୟ ଦେବା ପାଇଁ ଜନୈକ ସାମାଜିକ କର୍ମୀଙ୍କ ପକ୍ଷରୁ NHRCରେ ଆବେଦନ କରାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ବିନା କାରଣରେ ଭାରତୀଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଥିବା ସେ ଆବେଦନକାରୀ ଦର୍ଶାଇଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ବନ୍ଧଗୋଡ଼ା ପଞ୍ଚାୟତର ଆଦିବାସୀ ମହିଳା ଭାରତୀ ସିଂ ଦୀର୍ଘ ୪ ବର୍ଷ ହେଲା ବ୍ୟାଙ୍କ ମିତ୍ର ଭାବେ କାମ କରି ଆସୁଥିଲେ। ତାଙ୍କୁ ମାସିକ ପରିଶ୍ରମିକ ବାବଦକୁ ୬୦୦୦ ଟଙ୍କର ମିଳୁଥିଲା। ମହାମାରୀ କରୋନା ସମୟରେ ନିଜ ଦରମା ସରକାରଙ୍କୁ ଦାନ କରି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଭାରତୀ ସିଂଙ୍କ କର୍ତ୍ତବ୍ୟନିଷ୍ଟ କାମ ଯୋଗୁ ଜିଲ୍ଲା ସ୍ତରରେ ତାଙ୍କୁ ଦୁଇ ଥର ପୁରସ୍କୃତ କରାଯାଇଥିଲା। ଏଥିସହ ତାଙ୍କୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ହେଲେ ଗତ ବିଧାନସଭା ଅଧିବେଶନ ସମୟରେ ଭୁବନେଶ୍ୱରରେ ଆୟୋଜିତ ସମାବେଶରେ ପେଟପାଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଭାରତୀ ସିଂ। ଆଉ ରାଜ୍ୟ ସରକାର ଓ 5T ସଚିବଙ୍କ ଉପରେ ବର୍ଷିଥିଲେ। ଯେଉଁଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିନା କାରଣରେ ବିନା ନୋଟିସ୍‌ରେ ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ୱିତ କରିଥିଲା ଜିଲ୍ଲା ପ୍ରଶାସନ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

Advertisment

ଭାରତୀ ସିଂ ହେଉଛନ୍ତି ମୁଣ୍ଡା ସମ୍ପ୍ରଦାୟରେ। ତେଣୁ ତାଙ୍କ ପାଇଁ ରାସ୍ତାକୁ ଓହ୍ଲାଇଛି ମୁଣ୍ଡା ସମାଜ। ନ୍ୟାୟ ନମିଳିଲେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ୍‌ ଘେରା ଯିବା ସହ ନିର୍ବାଚନରେ ଉଚିତ ଜବାବ ଦେବୁ ବୋଲି ମୁଣ୍ଡା ସମାଜର କର୍ମକର୍ତ୍ତାମାନେ ଗୁରୁବାର ଗ୍ରାମ ସଭା କରି ଚେତାବନୀ ଦେଇଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି

Shg Women Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe