Advertisment

ସୋମବାର ବ୍ୟାଙ୍କ ଓ କୋର୍ଟ ବି ଛୁଟି

ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟରେ ଛୁଟି ରହିବ ବୋଲି ଘୋଷଣା କରିଥିଲେ।

Odisha

Odisha

Advertisment

ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ରାଜ୍ୟ ସରକାରଙ୍କ ଅଫିସ, ସ୍କୁଲ, କଲେଜ ସମେତ ବ୍ୟାଙ୍କ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ରାଜସ୍ୱ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟରେ ଛୁଟି ରହିବ ବୋଲି ଘୋଷଣା କରିଥିଲେ।

ରବିବାର ରଥାଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ସୋମବାର ମଧ୍ୟ ଶ୍ରୀଜୀଉଙ୍କ ରଥଟଣା ହେବ। ଏହାକୁ ଦୃଷ୍ଟିରେ ରଖି ରବିବାର ବ୍ୟତୀତ ସୋମବାର ମଧ୍ୟ ଛୁଟି ଘୋଷଣା କରାଯାଇଛି।

Advertisment

ରଥଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେବାକୁ ଜୁଲାଇ ୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଥିଲେ। ସେଠାରେ ଟାଉନ୍ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ରାଜ୍ୟରେ ୭ ଓ ୮ ତାରିଖ ଛୁଟି ଘୋଷଣା କରିଥିଲେ।

Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe