Advertisment

ଅଭୟାରଣ୍ୟକୁ ପ୍ଲାଷ୍ଟିକ୍‌ ମନା; ଅମାନିଆ ହେଲେ ୩ ବର୍ଷ ଜେଲ୍‌

ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କହିବା ଅନୁସାରେ ସିଙ୍ଗଲ ୟୁଜ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର ଯୋଗୁ ପରିବେଶ ଉପରେ ତା’ର କୁପ୍ରଭାବ ପଡୁଛୁ। ଅନ୍ୟପକ୍ଷରେ ସେହି ସବୁ ସାମଗ୍ରୀକୁ ବନ୍ୟ ଜୀବଯନ୍ତୁମାନେ ଖାଇ ରୋଗାଗ୍ରସ୍ତ ହେଉଛନ୍ତି।

author-image
Manoranjan Sial
undefined

similipalgate

ରାଜ୍ୟର ସମସ୍ତ ଅଭୟାରଣ୍ୟକୁ ସିଙ୍ଗଲ ୟୁଜ୍‌ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମନା। ଯଦି କୌଣସି ପର୍ଯ୍ୟଟକ ଲୁଚାଇ ଛପାଇ ନେଇ ଧରାପଡ଼ନ୍ତି, ତାହାହେଲେ ୩ ବର୍ଷ ଜେଲ ଓ ଜରିମାନା କରାଯିବ। ବନ୍ୟପ୍ରାଣୀ ପିସିସିଏଫ୍‌ ଆଜି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କଟକଣା ଏପ୍ରିଲ ପହିଲାରୁ ଲାଗୁ କରାଯିବ।

Advertisment

ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କହିବା ଅନୁସାରେ ସିଙ୍ଗଲ ୟୁଜ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର ଯୋଗୁ ପରିବେଶ ଉପରେ ତା’ର କୁପ୍ରଭାବ ପଡୁଛୁ। ଅନ୍ୟପକ୍ଷରେ ସେହି ସବୁ ସାମଗ୍ରୀକୁ ବନ୍ୟ ଜୀବଯନ୍ତୁମାନେ ଖାଇ ରୋଗାଗ୍ରସ୍ତ ହେଉଛନ୍ତି। ତେଣୁ ଏପ୍ରିଲ୍‌ ୧ ତାରିଖରୁ ଅଭୟାରଣ୍ୟ ପ୍ରବେଶ ପଥରେ ଚେକିଂ ବେଳେ ସିଙ୍ଗଲ ୟୁଜ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ପର୍ଯ୍ୟଟକ ଅଜାଣତରେ ପ୍ଲାଷ୍ଟିକ୍‌ ପାଣି ବୋତଲ ନେଇ ଆସିଛନ୍ତି, ତାହାହେଲେ ପ୍ରବେଶ ପଥରେ ସେମାନଙ୍କ ବୋତଲ ଉପରେ ଗୋଟିଏ ଷ୍ଟିକର ମରାଯିବ। ଏଥିସହ ସେମାନଙ୍କଠାରୁ ବୋତଲ ପିଛା ୨୦୦ ଟଙ୍କା ଲେଖାଏଁ ରଖାଯିବ। ଫେରିଲା ବେଳେ ପର୍ଯ୍ୟଟକମାନେ ସେହି ବୋତଲ ଦେଲେ, ସେମାନଙ୍କଠାରୁ ନିଆଯାଇଥିବା ୨୦୦ ଟଙ୍କା ଫେରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଭିତରେ ପର୍ଯ୍ୟାପ୍ତ ପରିମାଣରେ ପାଣିର ବ୍ୟବସ୍ଥା କରାଯିବ। ଏହାଛଡ଼ା ଖାଇବା ପାଇଁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ୍‌ ବା ଷ୍ଟାଇରୋଫୋମ୍‌ ପ୍ଲେଟ୍‌ ନେଇପାରିବେ ନାହିଁ। ତା’ ବଦଳରେ ପ୍ରବେଶ ପଥରେ ସେମାନଙ୍କୁ ଖଲି ପତର ଓ କାଗଜ ଠୁଙ୍ଗା ଯୋଗାଇ ଦିଆଯିବ। ଏହି ନିୟମ ଯଦି କେହି ଅମାନ୍ୟ କରନ୍ତି ବା କୌଣସି ପର୍ଯ୍ୟଟକ ଲୁଚାଇ ଛପାଇ ସିଙ୍ଗଲ ୟୁଜ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ନେଇ ଧରାପଡ଼ନ୍ତି, ତାହାହେଲେ ସେମାନଙ୍କୁ ୩ ବର୍ଷ ଜେଲ୍‌ ଓ ଜରିମାନା କରାଯିବ। ଏହି ନିୟମ ରାଜ୍ୟର ସମସ୍ତ ଅଭୟାରଣ୍ୟରେ ଲାଗୁ କରାଯିବ। ତା’ ଭିତରେ ଦୁଇଟି ବ୍ୟାଘ୍ର ପ୍ରକଳ୍ପ ଓ ଗୋଟିଏ ଜାତୀୟ ଉଦ୍ୟାନ ରହିଛି ବୋଲି ପିସିସିଏଫ୍‌ କହିଛନ୍ତି।

Advertisment
Similipal National Park Odisha Forest Dept Satakosia