ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ। ନିୟମ ଉଲଙ୍ଘନ କଲେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ରଦ୍ଦ ହେବ ବାର୍ ଲାଇସେନ୍ସ। ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ସେହି ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯିବ।
Also Read
ଚେକିଂ ସମୟରେ ଏକ ବାରରେ ଅବକାରୀ ଅଧୀକ୍ଷକଙ୍କୁ ଜଣେ ବାର୍ ମାଲିକ ଅସଦାଚରଣ କରିଥିଲେ। ତାଙ୍କୁ ଗିରଫ କରାଯିବା ସହ ସୋ କଜ୍ ନୋଟିସ୍ ମଗାଯାଇଛି। ସବୁ ବାରକୁ ଦିଆଯାଇଛି ଚେତାବନୀ। ସମସ୍ତେ ନିୟମ ମାନିବାକୁ ବାଧ୍ୟ। ଯିଏ ମହିଳା ମାନଙ୍କୁ ଅସଦାଚରଣ କରିବେ ତାଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।