Advertisment

ବର୍ଷା-ଅନୁଭବ ବିବାଦ ମାମଲା: ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ଭଉଣୀଙ୍କ ସାକ୍ଷ୍ୟଗ୍ରହଣ

ଅନୁଭବଙ୍କ ଘରେ ରହୁଥିବା ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି କଟକ ପୁରୀଘାଟ ଥାନାରେ ବର୍ଷା ଏତଲା ଦାୟର କରିଥିଲେ।

ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

Advertisment

ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ବର୍ଷାଙ୍କ ଭଉଣୀ କଟକ ଜେଏମଏଫସି କୋର୍ଟରେ ଦ୍ୱିତୀୟ ଥର ପାଇଁ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସାକ୍ଷ୍ୟ ଗ୍ରହଣ ଅସମାପ୍ତ ରହିବାରୁ ଆସନ୍ତା ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

Advertisment

ଅନୁଭବଙ୍କ ଘରେ ରହୁଥିବା ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି କଟକ ପୁରୀଘାଟ ଥାନାରେ ବର୍ଷା ଏତଲା ଦାୟର କରିଥିଲେ। ସ୍ୱାମୀ ଅନୁଭବଙ୍କ ସହ ତାଙ୍କର ଅନ୍ୟ ଦୁଇ କର୍ମଚାରୀ ସୁଜିତ ଦଳେଇ ଓ ଖଗେଶ୍ୱର ତାଙ୍କୁ ବିଭିନ୍ନ ଅଶୋଭନୀୟ ବ୍ୟବହାର କରିବ ସହ ମାନସିକ ନିର୍ଯାତନା ଦେଇଥିବା ନେଇ ସେ ଏତଲା ଦାୟର କରିଥିଲେ।

କଟକ ଜେଏମଏଫସି କୋର୍ଟରେ ଏବେ ଏହି ମାମଲାର ବିଚାର ଆରମ୍ଭ ହୋଇଥିବା ବେଳେ ବର୍ଷା ସାକ୍ଷ୍ୟ ପ୍ରଦାନ ପାଇଁ ହାଜର ହୋଇନାହାନ୍ତି। ବର୍ଷାଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁଭବ ପିଟିସନ ଦାଖଲ କରିଛନ୍ତି, ଯାହା ଉପରେ ଆସନ୍ତା ତାରିଖରେ ଶୁଣାଣି ହେବ। 

Advertisment
Anubhav Mohanty Barsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe