Advertisment

ଗାଁ ଶ୍ମଶାନରେ ଜଳିଲା BDOଙ୍କ ଜୁଇ, ଆସିଲେନି କୌଣସି ପ୍ରଶାସନିକ ଅଧିକାରୀ

ପରିବାର ଲୋକ ସ୍ୱର୍ଗତ ମହାନ୍ତିଙ୍କ ମରଶରୀର ଧରି ବାହାରିଥିଲେ ବାରିପଦା ଅଭିମୁଖେ। ଆଜି ସକାଳ ପ୍ରାୟ ୭ଟା ବେଳେ ବାରିପଦା ୱାର୍ଡ-୬ର କାଲପଡ଼ିଆରେ ପହଞ୍ଚିଥିଲା ମୃତଦେହ। ସେଠାରେ ଶେଷ ଦର୍ଶନ କରିଥିଲେ ସ୍ୱର୍ଗତ ମହାନ୍ତିଙ୍କ ପରିବାର, ବନ୍ଧୁବାନ୍ଧବ, ସାହିଭାଇ ଓ ସାଙ୍ଗ ସାଥୀ।

ଅଦ୍ୟତନ ହୋଇଛି
BDO

BDO

Advertisment

ଗାଁ ଶ୍ମଶାନରେ ଜଳିଲା ଜୁଇ। ଶେଷ ଦର୍ଶନ ପାଇଁ ଆସିଲେ ସାହିଭାଇ ଓ ସାଙ୍ଗ ସାଥୀ। ହେଲେ କୌଣସି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିଲା ନାହିଁ। ସବୁଠାରୁ ଦୁଃଖର ବିଷୟ ଓଏଏସ୍‌ ସଂଘର କୌଣସି କର୍ମକର୍ତ୍ତା ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ଆସିନଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ମୃତ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କର ଗୁରୁବାର ଅପରାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲା। ରାତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ପରିବାର ଲୋକ ସ୍ୱର୍ଗତ ମହାନ୍ତିଙ୍କ ମରଶରୀର ଧରି ବାହାରିଥିଲେ ବାରିପଦା ଅଭିମୁଖେ। ଆଜି ସକାଳ ପ୍ରାୟ ୭ଟା ବେଳେ ବାରିପଦା ୱାର୍ଡ-୬ର କାଲପଡ଼ିଆରେ ପହଞ୍ଚିଥିଲା ମୃତଦେହ। ସେଠାରେ ଶେଷ ଦର୍ଶନ କରିଥିଲେ ସ୍ୱର୍ଗତ ମହାନ୍ତିଙ୍କ ପରିବାର, ବନ୍ଧୁବାନ୍ଧବ, ସାହିଭାଇ ଓ ସାଙ୍ଗ ସାଥୀ। ହେଲେ ସିମୁଳିଆ ବ୍ଲକରେ କାର୍ଯ୍ୟରତ କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା। ଏପରିକି ଜିଲ୍ଲାପ୍ରଶାସନର କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ସବୁଠାରୁ ଦୁଃଖର ବିଷୟ ସ୍ୱର୍ଗତ ମହାନ୍ତି ଜଣେ ବିଡିଓ ହୋଇଥିଲେ ସୁଦ୍ଧା ନିଜ ସଂଘର କର୍ମକର୍ତ୍ତାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ଏଥିରୁ ଅନେକ କିଛି ସନ୍ଦେହ କରାଯାଉଛି।

Advertisment

ସକାଳ ପ୍ରାୟ ୯ଟା ବେଳେ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ବାରିପଦା ବାରୁଣୀଘାଟ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଦିନେ ଯେଉଁ ଗାଁର ଧୂଳିରେ ଖେଳି ବଡ଼ ହୋଇଥିଲେ, ଆଜି ସେହି ଗାଁର ମାଟିରେ ମିଶିଗଲେ। ଆଉ ଛାଡ଼ିଗଲେ ଅନେକ ପ୍ରଶ୍ନବାଚୀ। ଯାହା ଉତ୍ତର ଖୋଜୁଛନ୍ତି ପରିବାର, ସାଙ୍ଗ ସାଥୀ ଓ ବନ୍ଧୁବାନ୍ଧବ। କ’ଣ ପାଇଁ ଅବେଳରେ ସଂସାର ଛାଡ଼ି ଚାଲିଗଲେ ବିଶ୍ୱରଞ୍ଜନ ମହାନ୍ତି?

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe