Advertisment

ପାଟ୍ରୋଲିଂରେ ଯାଇଥିଲେ, ଦୁଇ ବନ କର୍ମଚାରୀଙ୍କୁ ଟାଣି ନେଲା ଭାଲୁ

ନିଆଁ ଜାଳି ଓ ବାଣ ଫୁଟାଇ ବନବିଭାଗ ଭାଲୁକୁ ଘଉଡାଉଛି। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା।

Nuapada

Bear

Advertisment

ପାଟ୍ରୋଲିଂରେ ଯାଇଥିବା ବେଳେ ଦୁଇ ବନ କର୍ମଚାରୀଙ୍କୁ ଟାଣି ନେଲା ଭାଲୁ! ବହୁ ଖୋଜାଖୋଜି ପରେ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜରୁ ଆସିଛି ଏପରି ଚିତ୍ର। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ରବିବାର ସକାଳେ ବିରୁନପଦର ଗାଁର ଘନଶ୍ୟାମ ପଟେଲ୍‌ ଓ ତାଙ୍କ ପୁଅ ଚୟତୁ ଘର ପାଖ ଜଙ୍ଗଲକୁ ଲାଗିଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଠିକ୍‌ ସେହି ସମୟରେ ଭାଲୁଟି ଘନଶ୍ୟାମଙ୍କୁ ଆକ୍ରମଣ କରିଥିଲା। ବାପାଙ୍କୁ ବଞ୍ଚାଇବା ପାଇଁ ପୁଅ ଚୟତୁ ଯାଇଥିଲେ। ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଚୟତୁଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେଠାରେ ପହଞ୍ଚିଥିଲେ। ଲୋକଙ୍କୁ ଦେଖି ଜଙ୍ଗଲ ଭିତରକୁ ଭାଲୁଟି ପଳାଇଥିଲା।

ସେପଟେ ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ଘନଶ୍ୟାମଙ୍କ ମୃତ୍ୟୁ ହୋଥିବା ବେଳେ ଚୟତୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋମନା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ନୂଆପଡ଼ା ପରେ ଛତିଶଗଡ଼ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ସେହି ଦିନଠାରୁ ବନ ବିଭାଗ ବିଜାଖମନ ଜଙ୍ଗଲରେ ପାଟ୍ରୋଲିଂ କରୁଛି। ନିଆଁ ଜାଳି ଓ ବାଣ ଫୁଟାଇ ବନବିଭାଗ ଭାଲୁକୁ ଘଉଡାଉଛି। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ।

ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଅନ୍ୟପକ୍ଷରେ କୋମନାରେ ଉତ୍ତେଜନା ପ୍ରକାଶ ପାଇଛି। ମଣିଷ ଖିଆ ଭାଲୁକୁ ମାରିଦେବା ପାଇଁ ଲୋକେ ଦାବି କରିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Odisha Forest Dept Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe