Advertisment

ଦମକଳ କେନ୍ଦ୍ରରେ ବୁଲୁଛି ଭାଲୁ

ଭୁବନ ଟାଉନ୍‌ରେ ଭାଲୁ ବୁଲିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିଷରରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
DKL

DKL

ଢେଙ୍କାନାଳ ଜିଲ୍ଲା ଭୁବନ ଦମକଳ କେନ୍ଦ୍ର ଭିତରେ ପଶିଲା ଭାଲୁ। ଗୁରୁବାର ବିଳମ୍ୱିତ ରାତିରେ ଭାଲୁଟି ଦମକଳ କେନ୍ଦ୍ର ଆଗରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଭାଲୁକୁ ଦେଖି କୁକୁରମାନେ ଗୋଡ଼ାଇଥିଲେ। ଭାଲୁଟି ପାଚେରୀ ଡେଇଁ ପଳାଇ ଯାଇଥିଲା। ରାତିରେ ଭାଲୁ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଭୁବନରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ଭାଲୁର ଗତି ବିଧି ଉପରେ ନଜର ରଖିଛି।

Advertisment

ଭୁବନ ଟାଉନ୍‌ରେ ଭାଲୁ ବୁଲିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିଷରରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଭାଲୁ ବାରମ୍ୱାର କାହିଁକି ସହର ମୁହାଁ ହେଉଛନ୍ତି? ଏହାର ଉତ୍ତର ଖୋଜିବାକୁ ଗଲେ ଜଣାପଡ଼ିଛି, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି। ସବୁଜିମା ଜଙ୍ଗଲ ପାଲଟିଛି କଂକ୍ରିଟ୍‌ ଜଙ୍ଗଲରେ। ତେଣୁ ଜଙ୍ଗଲରେ ବସ ବାସ କରୁଥିବା ଜୀବ ଜନ୍ତୁମାନେ ଖାଇବେ କଣ? ଯେଉଁଥିପାଇଁ ସେମାନେ ଖାଦ୍ୟ ଅନ୍ୟୋଷଣରେ ସହର ବା ଗ୍ରାମାଭିମୁଖୀ ହେଉଛି। ସେଥିପାଇଁ ମଣିଷ ଓ ଜୀବ ଜନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Forest Dhenkanal