Advertisment

ସ୍କୁଲରେ ପଶିଲା ଭାଲୁ, ବନବିଭାଗ ନାକେଦମ୍

ସ୍କୁଲ ପରିସରକୁ ଯିବା ପରେ ସେଠାରେ ଏକ ନିର୍ମାଣାଧୀନ ଗୃହରେ ଏକ ଭାଲୁ ଶୋଇଥିବା ଦେଖିଥିଲେ। ଫଳରେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ ଓ ବାହାରକୁ ଚାଲିଯାଇଥିଲେ।

Bear

Bear

Advertisment

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲରେ ଆଜି ଏକ ଭାଲୁ ପଶିଯାଇଥିବା ବେଳେ ତାକୁ ଧରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ। ୪ ଘଣ୍ଟାର ଅପରେସନ୍‌ ପରେ ଭାଲୁକୁ ଧରିଥିଲେ ବନ କର୍ମଚାରୀ। ଆଉ ଏହାକୁ ନେଇ ଦିନତମାମ୍ ଦହଣା ଗାଁରେ ଆତଙ୍କ ଖେଳିଯାଇଥିଲା।

Advertisment

ସବୁଦିନ ଭଳି ଆଜି ସକାଳେ ୧୦ଟାରେ ଦହଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲାଥିଲା। ପ୍ରଧାନଶିକ୍ଷକ, ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଆସିଥିଲେ। ସମସ୍ତେ ସ୍କୁଲ ପରିସରକୁ ଯିବା ପରେ ସେଠାରେ ଏକ ନିର୍ମାଣାଧୀନ ଗୃହରେ ଏକ ଭାଲୁ ଶୋଇଥିବା ଦେଖିଥିଲେ। ଫଳରେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ ଓ ବାହାରକୁ ଚାଲିଯାଇଥିଲେ। ସ୍କୁଲରେ ଭାଲୁ ପଶିଥିବା ନେଇ ପ୍ରଧାନଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କୁ ଘରକୁ ପଳାଇବାକୁ ନିର୍ଦ୍ଦେଶ ଦେଇ ସ୍କୁଲ ବନ୍ଦ କରିଦେଇ ଥିଲେ ପ୍ରଧାନଶିକ୍ଷକ।

ଏନେଇ ଖବର ପାଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଘଟଣା ସମ୍ପର୍କରେ ଜାଣିବା ପରେ ରେସକ୍ୟୁ ଷ୍ଟାଫ ସହ ଏକ ଟିମ ସ୍କୁଲକୁ ପଠାଇଥିଲେ। ବନବିଭାଗର ସ୍ୱତନ୍ତ୍ର ଟିମ୍ ସ୍କୁଲରେ ପହଞ୍ଚି ଭାଲୁକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ।

Advertisment

ଭାଲୁଟି ବନ କର୍ମଚାରୀମାନଙ୍କୁ ଚକମା ଦେଇ ଗଛ ଉପରକୁ ଚଢି ଯାଇଥିଲା। ତାକୁ ଧରିବା ପାଇଁ ବନ କର୍ମଚାରୀମାନେ ଜାଲ ବିଛାଇଥିଲେ। କିନ୍ତୁ ଭାଲୁ ଜାଲରେ ପଡ଼ିନଥିଲା। ଫଳରେ ତାକୁ ଧରିବା କାଠିକର ପାଠ ହୋଇପଡ଼ିଥିଲା। ତେବେ ଦୀର୍ଘ ସମୟ ଧରି ଅପେକ୍ଷା କରିବାପରେ ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲେ ବନବିଭାଗ କର୍ମଚାରୀ। ଅଚେତ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ବନବିଭାଗ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe