Advertisment

ଗାଁରେ ଭାଲୁ ଆତଙ୍କ, ଘରେ ପଶି ଯାଉଛନ୍ତି

ଆଜି ଗାଁର ବାବୁଲି ମିଶ୍ରଙ୍କ ଘରେ ପଶି ଯାଇଥିଲା ଭାଲୁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bear

Bear

ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l ସପ୍ତାହେ ହେବ ତିନି/ଚାରିଟି ଭାଲୁ ରାତିରେ ଗାଁକୁ ଆସୁଛନ୍ତି ଓ ସକାଳ ପର୍ଯ୍ୟନ୍ତ ରହୁଛନ୍ତି। ବେଳେ ବେଳେ ସେମାନେ ଘରେ ପଶି ଯାଉଛନ୍ତି।

Advertisment

ଆଜି ଗାଁର ବାବୁଲି ମିଶ୍ରଙ୍କ ଘରେ ପଶି ଯାଇଥିଲା ଭାଲୁ। ଭୋର୍ ପ୍ରାୟ ୫ଟା ବେଳେ ଗୋଟିଏ ଭାଲୁ ଘରର ବାହାର ବରଣ୍ଡାରେ ଥିବା ରୋଷେଇ ଘରେ ପଶିଥିବା ବାବୁଲି ମିଶ୍ରଙ୍କ ପରିବାର ଲୋକେ ଦେଖିଥିଲେ। ସେଠାରେ ବସ୍ତାରେ ଗୁଡ଼ ରଖାଯାଇଥିବା ବେଳେ ଭାଲୁ ତାକୁ ଖାଇଥିବା ସେମାନେ କହିଛନ୍ତି। ଟିକେ ସତର୍କ ନହେଲେ ଏବେ ଗାଁରେ ଭାଲୁ ଆକ୍ରମଣର ଶିକାର ହେବା ନିଶ୍ଚିତ ବୋଲି କ୍ଷୋଭର ସହ କହିଛନ୍ତି ବାବୁଲି ମିଶ୍ର।

ତିନି ଦିନ ପୂର୍ବେ ଗାଁର ମନ ମାଝିଙ୍କର ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Advertisment

ଗାଁକୁ ଭାଲୁ ଆସୁଥିବା ନେଇ ଲୋକେ ବାରମ୍ବାର ନବରଙ୍ଗପୁର ବନବିଭାଗକୁ ଜଣାଇଛନ୍ତି। କିନ୍ତୁ ବନ ବିଭାଗ ଅଧିକାରୀମାନେ ଉଚିତ ପଦକ୍ଷେପ ନନେଇ କେବଳ ଗାଁକୁ ଆସି ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଅଭିଯୋଗ ହୋଇଛି। ଭବିଷ୍ୟତରେ ଭାଲୁ ଯୋଗୁ କିଛି ଅଘଟଣ ଘଟିଲେ ବନ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବନ ବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଅନ୍ୟ କୌଣସି ଜଙ୍ଗଲରେ ଛାଡ଼ିବାକୁ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Bear Attack