Advertisment

ମୁଣ୍ଡ ଉପରେ ଟଙ୍କିକିଆ ଚାଉଳ, ବଢ଼ି ପାଣିରେ ବୁଡ଼ିଛି ଦେହ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ମୂଜାଙ୍ଗ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ପଡ଼ୁଥିବା ବାଲିଗୁଡା ନଦୀ ସ୍ଥାନୀୟ ୫ ଖଣ୍ଡ ଗାଁ ଲୋକଙ୍କ ସବୁଦିନିଆ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି।

ଅଦ୍ୟତନ ହୋଇଛି
people cross river at risk of life

people cross river at risk of life

Advertisment

ପ୍ରତି ପାଦରେ ଜୀବନ ଯିବାର ବିପଦ ରହିଛି। ତଥାପି ପ୍ରତି ଦିନ ଜୀବନ ବାଜିରେ ଲାଗିଛି। କେବେ ସୁଅ ଭାଙ୍ଗୁଥିବା ନଦୀର ବେକେ ପାଣିରେ ପଶି ଯିବାକୁ ପଡ଼ୁଛି ତ, ପୁଣି କେତେବେଳେ ଯାଇ ନ ପାରି ରୋଗୀ ଜୀବନ ହାରୁଛି। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ କରିବାକୁ ସରକାର ଦୃଷ୍ଟି ଦେଉ ନ ଥିବାରୁ ଶବ ମଧ୍ୟ ସୁଅ କାଟି ନଦୀ ଆରପାରିରେ ପହଞ୍ଚିବା ପରେ ଶ୍ମଶାନରେ ସ୍ଥାନ ପାଇପାରୁଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ମୂଜାଙ୍ଗ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ପଡ଼ୁଥିବା ବାଲିଗୁଡା ନଦୀ ସ୍ଥାନୀୟ ୫ ଖଣ୍ଡ ଗାଁ ଲୋକଙ୍କ ସବୁଦିନିଆ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି। ହେଲେ ଲୋକଙ୍କ ଯାତାୟତ ସମସ୍ୟା ସମାଧାନ କରିବାକୁ ସରକାର ଦୃଷ୍ଟି ଦେଉନାହାନ୍ତି।

Advertisment

ବର୍ଷା ଦିନେ କେହି ରୋଗରେ ପଡ଼ିଲେ ବଢ଼ି ପାଣିରେ ପୂରନ୍ତା ନଦୀ ପାର ହୋଇ ଡାକ୍ତରଖାନା ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ସରକାର ଦେଉଥିବା ରାଶନ ସାମଗ୍ରୀ ଆଣିବା ପାଇଁ ହେଉ ଅବା ପିଲାମାନେ ସ୍କୁଲ ଯିବା ନିମନ୍ତେ, ନଦୀ ପାରି ନହେଲେ ନଚଳେ। ନଦୀ ଉପରେ ବ୍ରିଜ୍‌ଟିଏ କରିବାକୁ ଲୋକଙ୍କ ଗୁହାରୀ ପ୍ରଶାସନ ଶୁଣୁ ନ ଥିବାରୁ ପ୍ରତି ପାଦେପାଦେ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସ୍ୱାଧୀନତାକୁ ୭୫ ବର୍ଷ ଅତିକ୍ରମ କରିଥିଲେ ହେଁ ଏଠାକାର ଆଦିବାସୀମାନେ ବିକାଶ ଚିତ୍ର ଦେଖିବାକୁ ପାଉନାହାନ୍ତି। ଗତ ଶନିବାର ଭିତରଗଡ ପଞ୍ଚାୟତ ଚରାଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏହି ନଦୀ ଅପରପାର୍ଶ୍ୱରେ ଥିବା ଶ୍ମଶାନକୁ କିପରି ମୃତଦେହ ଅଣାଯିବ ଲୋକଙ୍କ ଭିତରେ ଭାଳେଣୀ ପଡ଼ିଥିଲା। ଢୁ ଢୁ ବର୍ଷା ସତ୍ତ୍ୱେ ଶେଷରେ ଲୋକେ ବଢ଼ି ପାଣିରେ ପୂରିଥିବା ଭରା ନଦୀକୁ ପାର ହୋଇ ମୃତଦେହକୁ ଶ୍ମଶାନକୁ ଆଣିଥିଲେ। ଯାହାର ଭିଡ଼ିଓ କରି ଲୋକେ ପ୍ରଶାସନକୁ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ। ଏହାଛଡ଼ା ନୀତିଦିନିଆ କାମ କାର୍ଯ୍ୟରେ ଯିବା ପାଇଁ ସେମାନଙ୍କୁ କିପରି ବଢ଼ନ୍ତା ନଦୀ ପାର ହୋଇ ବିପଦର ସାମ୍ନା କରିବାକୁ ପଡ଼ୁଛି ସେନେଇ ମଧ୍ୟ ଜଣାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାଯାଇନାହିଁ।

Advertisment
people cross river at risk of lifeବଢ଼ି ଆସିଥିବା ନଦୀରେ ପଶି ଲୋକେ ମୃତଦେହକୁ ଶ୍ମଶାନକୁ ନେଉଛନ୍ତି

ସରକାର ଉପାନ୍ତ ଓ ଆଦିବାସୀ ଅଞ୍ଚଳର ବିକାଶ କରୁଥିବା ଡିଣ୍ଡିମ ପିଟୁଥିଲେ ହେଁ ପ୍ରକୃତପକ୍ଷେ ସ୍ଥିତି କିପରି ଏହି ଅଞ୍ଚଳରୁ ସ୍ପଷ୍ଟ ଅନୁମେୟ। ତେବେ ଏନେଇ ପ୍ରଶାସନି ଅଧିକାରୀଙ୍କ ମତାମତ ମିଳିପାରିନି।

Suspension Bridge Koraput Peoples Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe