Advertisment

ବିଅର ବୋତଲ ବୋଝେଇ କଣ୍ଟେନରରେ ଲାଗିଲା ନିଆଁ

ଆନ୍ଧ୍ରପ୍ରଦେଶର ଥ୍ରୀ ସିଟିରୁ କଣ୍ଟେନରରେ ଖାଲି ବିଅର ବୋତଲ ବୋଝେଇ ହୋଇ ବଲାଙ୍ଗିର ବେଳପଡାରେ ଥିବା ମଦ ଫେକ୍ଟ୍ରିକୁ ଆସୁଥିଲା। ତେବେ ସାଲେମୁଡ଼ଗା ଗାଁ ନିକଟରେ କଣ୍ଟେନରଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା।

Beer Bottle

Beer Bottle

Advertisment

ଖାଲି ବିଅର ବୋତଲ ବୋଝେଇ କଣ୍ଟେନରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଅନ୍ୟ କର୍ମଚାରୀ। ଆଜି ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଦେଇ ଯାଇଥିବା ୪୨ ନମ୍ୱର ରାଜ୍ୟ ରାଜପଥରେ ଘଟିଛି।

Advertisment

ଆନ୍ଧ୍ରପ୍ରଦେଶର ଥ୍ରୀ ସିଟିରୁ କଣ୍ଟେନରରେ ଖାଲି ବିଅର ବୋତଲ ବୋଝେଇ ହୋଇ ବଲାଙ୍ଗିର ବେଳପଡାରେ ଥିବା ମଦ ଫେକ୍ଟ୍ରିକୁ ଆସୁଥିଲା। ତେବେ ସାଲେମୁଡ଼ଗା ଗାଁ ନିକଟରେ କଣ୍ଟେନରଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। କଣ୍ଟେନର ଉପରେ ପଡ଼ିଥିଲା ପ୍ଲାଷ୍ଟିକ୍‌ ପାଲରେ ନିଆଁ ଲାଗି ଯାଇଥିଲା। ଡାଲାରେ ନିଆଁ ଲାଗିଥିବା ଜାଣିପାରି ଡ୍ରାଇଭର ଗାଡ଼ି ଅଟକାଇ ଦେଇଥିଲେ। ପରେ ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ତଳକୁ ଡେଇଁ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ନିଆଁରେ ବହୁ ବିଅର ବୋତଲ ଗୁଡ଼ିକ ପୋଡ଼ି ଯାଇଛି।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe