Advertisment

ଜନ୍ତାରେ ପଡ଼ିଲା ଭାଲୁ, ୧୫ ଦିନ ହେବ ଖେଳାଇଥିଲା ଆତଙ୍କ

ଗତ ୧୫ ଦିନ ହେବ ପାପଡ଼ାହାଣ୍ଡି ଚନ୍ଦ୍ରପୁର ଗାଁରେ ଭାଲୁଟି ଏଣେତେଣେ ବୁଲିବା ସହ ଆତଙ୍କ ଖେଳାଇଥିଲା। ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିଲେ।

Beer Trapped

Beer Trapped

Advertisment

୧୫ ଦିନ ହେବ ଲୋକଙ୍କୁ ନାକେଦମ କରିଥିବା ଭାଲୁ ଶେଷରେ ଜନ୍ତାରେ ପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ବନ ବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇଥିବା ଭାଲୁ ଶେଷରେ ଜନ୍ତାରେ ପଡ଼ିଛି।

Advertisment

ଗତ ୧୫ ଦିନ ହେବ ପାପଡ଼ାହାଣ୍ଡି ଚନ୍ଦ୍ରପୁର ଗାଁରେ ଭାଲୁଟି ଏଣେତେଣେ ବୁଲିବା ସହ ଆତଙ୍କ ଖେଳାଇଥିଲା। ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିଲେ। ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରିକୁ ଲାଗିଥିବା ମକା କିଆରୀରେ ଭାଲୁଟି ଲୁଚି ରହିବା ସହ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ମଧ୍ୟ ଚାଲିଆସୁଥିଲା। ଭାଲୁ ଆକ୍ରମଣ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ପିଲାଙ୍କୁ ଘରୁ ବାହାରକୁ ଛାଡ଼ୁ ନ ଥିଲେ।

ବନ କର୍ମଚାରୀମାନେ ଦିନ ରାତି ଭାଲୁ ଧରିବାକୁ ଚେଷ୍ଟା କରିବା ସହ ଜନ୍ତା ବସାଇଥିଲେ ମଧ୍ୟ ବିଫଳ ହେଉଥିଲେ। ଆଉ ଶେଷରେ ରାପିଡ୍ ରେସପନ୍ସ ଟିମ୍ ଜନ୍ତା ବସାଇ ଭାଲୁକୁ କାବୁ କରିଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭାଲୁକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ କହିଛି।

Advertisment
Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe