/odisha-reporter/media/post_attachments/uploadimage/library/16_9/16_9_0/BBSR_1697805896.jpg)
BBSR
ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ କମିଶନରେଟ୍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ୨ ନମ୍ବର ଜୋନ ଏସିପି ଗିରିଜା ଚକ୍ରବର୍ତ୍ତୀ। ସହରବାସୀଙ୍କୁ ଅନୁରୋଧ କରି ଏସିପି କହିଛନ୍ତି, ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ। ଆଉ ଲୋକାଲ ଥାନା ପୁଲିସକୁ ଟିକେ ଜଣାଇ ଦିଅନ୍ତୁ। ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ଏସିପି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।
ମାଆ ଜଗତ ଜନନୀ ଧରାବତରଣ କରିବେ। ସେଥିପାଇଁ ସବୁଠି ଉତ୍ସବର ମାହୋଲ୍। ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ଆଉ ଏହାର ସୁଯୋଗ ନେଇ ସକ୍ରିୟ ହେଉଛନ୍ତି ଅପରାଧୀ। ପୂଜା ଭିଡ଼ ଭିତରେ ଚୋରି ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିରେ ରୋକ୍ ଲଗାଇବା ପାଇଁ କମିଶନ୍ରେଟ୍ ପୁଲିସ୍। ସହରର ଗଳି କନ୍ଦିରେ ଘୂରି ବୁଲିବ ପାଟ୍ରୋଲିଂ ଗାଡ଼ି। ଆଉ ଅପରାଧୀଙ୍କ ଉପରେ ରଖିବ ତୀକ୍ଷିଣ ନଜର।
ଅନ୍ୟପକ୍ଷରେ ଏକ ଡକାୟତି ଇଦ୍ୟମକୁ ପଣ୍ଡ କରିଛି ବାଲିପାଟଣା ଥାନା ପୁଲିସ। ପାଟ୍ରୋଲିଂ ବେଳେ କୁଶଭଦ୍ରା ନଦୀପଠାରୁ ୫ ଯୁବକଙ୍କୁ କାବୁ କରିଛି ପୁଲିସ୍। ଯେଉଁମାନଙ୍କ ମଧ୍ୟରୁ ୪ ଜଣକ ନାଁରେ ରହିଛି ଏକାଧିକ ଅପରାଧୀକ ମାମଲା। ସେମାନଙ୍କଠାରୁ ମୋଟରସାଇକେଲ, ଖଣ୍ଡା, ମଦ ପ୍ରମୁଖ ଜବତ କରାଯାଇଛି। ତଦନ୍ତ ସମୟରେ ସେମାନେ ଏକ ଦେଶୀ ମଦ ବେପାରୀଙ୍କଠାରୁ ଲୁଟ ପାଇଁ ଯୋଜନା କରୁଥିବା ଜଣାପଡିଛି। ପୂଜା ପୂର୍ବରୁ ଅପରାଧୀଙ୍କ ଲିଷ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୁଲିସ୍। ଯେଉଁଥିରେ ଏମାନଙ୍କ ନାଁ ରହିଛି ଜୋନ୍-୪ ବୋଲି ଏସିପି ଶୁଭନାରାୟଣ ମୁଦୁଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
