Advertisment

‘ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ’

ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି। ତେଣୁ ରଥଯାତ୍ରାଠାରୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

author-image
Manoranjan Sial
Gundicha Temple

Gundicha Temple

ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ଜରୁରୀ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ କହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ବର୍ତ୍ତମାନ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଛି। ଭକ୍ତ ପ୍ରବେଶ କଲେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ବାଧାପ୍ରାପ୍ତ ଆଶଙ୍କା ରହିଛି।

Advertisment

ମୁଖ୍ୟ ପ୍ରଶାସକ କହିଛନ୍ତି, ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି। ତେଣୁ ରଥଯାତ୍ରାଠାରୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଶ୍ରଦ୍ଧାଳୁଙ୍କ ପାଇଁ ଦୀର୍ଘ ଦିନ ଧରି ଶ୍ରୀଗୁଣ୍ଡିତା ମନ୍ଦିର ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହୋଇଥିଲା। ଏହା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା।

Advertisment
Puri Shreemandir Puri Gundicha Mandir