Advertisment

୫୦ ଦିନର ଧାରଣା ପରେ ବି ଶୁଣିଲେନି ସରକାର, ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବିରେ ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ୫୦ ଦିନ ଧରି ଧାରଣାରେ ବସିବା ପରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦେଇଛି।

Bandh

Bandh

Advertisment

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବିରେ ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ୫୦ ଦିନ ଧରି ଧାରଣାରେ ବସିବା ପରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦେଇଛି।

Advertisment

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ବେଗୁନିଆ ବଜାର ସହିତ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହେଉଥିବାରୁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଛି। ବିଧାନସଭା ଗୃହ କମିଟି, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଆସି ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପ୍ରତାରଣା ପାଲଟିଥିବାରୁ ଏବେ ଜନସାଧାରଣ ନିଜ ଦାବି ହାସଲ କରିବାକୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ଏଥିପାଇଁ ଯାହା କିଛି ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।

Advertisment

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ସହଯୋଗ ନିବେଦନ କରାଯାଇଥିଲା। ତେବେ ଏହି ବନ୍ଦରୁ ଜରୁରୀ କାଳୀନ ସେବାଗୁଡ଼ିକୁ ବାଦ୍ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe