Advertisment

ଗାଁରେ ମହାବଳର ପଦ ଚିହ୍ନ! ଲୋକେ ଭୟଭୀତ

ଗତ କିଛି ଦିନ ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ ମହାବଳ ଆତଙ୍କ ଖେଳାଇବା ସହ ଗୃହ ପାଳିତ ପଶୁ ମାରି ଖାଇବା ପରେ ଆଜି ସକାଳେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଫାର୍ମ ନିକଟରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ।

author-image
Manoranjan Sial
tiger

tiger

ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଅଞ୍ଚଳରେ ବାଘ ଆତଙ୍କ। ଗତ କିଛି ଦିନ ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ ମହାବଳ ଆତଙ୍କ ଖେଳାଇବା ସହ ଗୃହ ପାଳିତ ପଶୁ ମାରି ଖାଇବା ପରେ ଆଜି ସକାଳେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଫାର୍ମ ନିକଟରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ।

Advertisment

ଆଜି ସକାଳେ ଅକିଲି ଗାଁର ଜଣେ ଚାଷୀ ନିଜ କୋବି ବାଡ଼କୁ ଯାଇଥିଲେ। ସେଠାରେ ସେ ବାଘର ପାଦ ଚିହ୍ନ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ରାପିଡ୍‌ ରେପଣ୍ଡ ଟିମ୍‌ ପହଞ୍ଚି ପାଦ ଚିହ୍ନକୁ ପ୍ଳାଷ୍ଟର ପ୍ୟାରିସରେ ନମୁନା ସଂଗ୍ରହ କରିଛନ୍ତି। ବାଘର ପାଦ ଚିହ୍ନ ଦେଖି ଆକିଲି ଗାଁର ଚାଷୀମାନେ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କୁ ସଚେତନତା କରାଯାଉଛି। ରାତିରେ ସତର୍କତାର ଘରୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ରିପୋର୍ଟ- ମୋହନାରୁ ମିହିର ଜତି

Gajapati District