Advertisment

ଚିକିଟି ମଦ ମୃତ୍ୟୁ ଘଟଣା; ୨ ଅବକାରୀ ଅଧିକାରୀଙ୍କ ବଦଳି

ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

lequir

lequir

Advertisment

ଚିକିଟି ମଦ ମୃତ୍ୟୁ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ବେଳେ ଆଜି ୨ ଅଧିକାରୀଙ୍କୁ  ବଦଳି କରିଛନ୍ତି।

Advertisment

ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି କରାଯାଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସ୍ଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି ହୋଇଛନ୍ତି।

ଚିକିଟି ମଦ ଟ୍ରାଜେଡିକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଛି। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ସୂଚନା ରହିଛି।

Advertisment

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Ganjam Toxic Liquor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe