ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ସାବଧାନ: ପରିବହନ ବିଭାଗ ପଠାଇବ ଇ-ଚାଲାଣ

ସତର୍କ ନାଗରିକମାନଙ୍କ ସହଯୋଗରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ବିକଳ୍ପ ରଖାଯାଇଛି ।

Traffic PhotoBusiness League

Representational Image

Ordigital Desk
  • Published: Friday, 15 September 2023
  • Updated: 15 September 2023, 10:46 PM IST

Sports

Latest News

ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିଲେ ସାବଧାନ । ଏଣିକି ଯେକୌଣସି ଲୋକ ବି ଆପଣଙ୍କ ନାଁରେ ଅଭିଯୋଗ କରିପାରିବ । ଆପଣ ବିନା ହେଲମେଟରେ ଗାଡ଼ି ଚଳାଉଥିବାର ଫଟୋ ଉଠାଇ ଅବା ଭିଡିଓ ଉତ୍ତୋଳନ କରି ପରିବହନ ବିଭାଗର ମୋବାଇଲ ଆପ୍‌ରେ ଅଭିଯୋଗ କଲେ, ରାଜ୍ୟ ପରିବହନ ପ୍ରାଧିକରଣ ତା’ର ସତ୍ୟାସତ୍ୟ ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ସତର୍କ ନାଗରିକମାନଙ୍କ ସହଯୋଗରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ବିକଳ୍ପ ରଖାଯାଇଛି । ଏହି ଆପ୍‌କୁ ନ୍ୟାସନାଲ ଇନଫରମେଟିକ୍ସ ସେଂଟର(ଏନଆଇସି) ବିକଶିତ କରିଛି । ଏହି ଆପ୍ ମାଧ୍ୟମରେ ସତର୍କ ନାଗରି ରାସ୍ତାରେ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ ଫଟୋ ଅବା ଭିଡିଓକୁ ଅପଲୋଡ୍ କରିପାରିବେ । ଏହି ସତର୍କ ନାଗରିକଙ୍କ ତଥ୍ୟ ଆଧାରରେ ପରିବହନ ବିଭାଗ ତା’ର ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ ।

Also Read

ଆଉ ଯେଉଁ ବ୍ୟକ୍ତି ଏହି ଫଟୋ ଅବା ଭିଡ଼ିଓ ପଠାଇଥିବେ ତାଙ୍କର ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ । ସଡ଼କ ନିରାପତ୍ତା ସମସ୍ତଙ୍କ ଦାୟିତ୍ୱ, ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିନା ହେଲମେଟରେ ଗାଡ଼ି ଚଳାଚଳ କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି । ସତର୍କ ନାଗରିକ ଭାବେ ହେଲମେଟ୍ ନପିନ୍ଧି ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ଏହି ଆପ୍ ବିକଶିତ କରାଯାଇଥିବା ବିଭାଗ କହିଛି । ଗ୍ରାମାଂଚଳ ଓ ରାଜପଥଗୁଡ଼ିକରେ ଗାଡ଼ିଚାଳକମାନେ ଏବେବି ଅଧିକାଂଶ ସଂଖ୍ୟାରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ତେଣୁ ସେମାନଙ୍କ ଉପରେ ନଜର ରଖିବା ପାଇଁ ସାଧାରଣ ଲୋକ ଅର୍ଥାତ୍ ସତର୍କ ନାଗରିକଙ୍କ ସହଯୋଗ ଲୋଡ଼ାଯାଇଛି ।  ଗାଡ଼ି ଚାଳକ ଓ ସେଥିରେ ବସିଥିବା ଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ପାଳନ କରିବା ଉପରେ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହି ଆପ୍‌ରେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଘଂନକୁ ସାମିଲ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ରାଜ୍ୟରେ ମୋଟ ସଡ଼କ ଦୁର୍ଘଟଣାର ୩୪% ମୃତ୍ୟୁ ୨ଚକିଆ ଗାଡ଼ି ଦୁର୍ଘଟଣା ଯୋଗୁ ହୋଇଥିଲା । ବିନା ହେଲମେଟ୍ ପିନ୍ଧି ଗାଡ଼ି ଚଳାଇବା ଯୋଗୁ ୧୬୯୫ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୬୧୫ଜଣଙ୍କ  ଗୁରୁତର ଆହତ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story