Advertisment

ଚାକିରି ଫେରି ପାଇଲେ ଭାରତୀ: କହିଲେ- ସତ୍ୟ ଓ ନ୍ୟାୟରେ ଥିଲି

ଭାରତୀ ସିଂ। ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ଏହି ନାଁ। ସେଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ବନ୍ଧଗୋଡ଼ା ପଞ୍ଚାୟତର ଆଦିବାସୀ ମହିଳା। ୪ ବର୍ଷ ହେଲା ବ୍ୟାଙ୍କ ମିତ୍ର ଭାବେ କାମ କରି ଆରୁଥିଲେ।

Bharati

Bharati

Advertisment

ଚାକିରି ଫେରି ପାଇଲେ। ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଜ ଚାକିରିରେ ଯୋଗଦେବା ପାଇଁ ପତ୍ର ଲେଖିଛନ୍ତି ବ୍ଲକ ପ୍ରଶାସନ। ପୁନଃ ନିଯୁକ୍ତି ପାଇବା ପରେ ଭାରତୀ କହିଛନ୍ତି, ସତ୍ୟ ଓ ନ୍ୟାୟରେ ଥିଲେ ସତ୍ୟର ନିଶ୍ଚିତ ଜୟ ହେବ। ତେବେ ଏଠି ପ୍ରଶ୍ନ ଉଠୁଛି, ଭାରତୀଙ୍କ ଚାକିରିରୁ ବହିଷ୍କାର ବାହାର କରିବା ପଛରେ କିଏ? କିଏ ଭୁଲ୍‌ ନିଷ୍ପତ୍ତି ନେଇଥିଲା? ବହିଷ୍କାର କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇନଥିଲା କି? ନା ବହିଷ୍କାର ପାଇଁ ଉପରୁ ଚାପ ଥିଲା?

Advertisment

ଭାରତୀ ସିଂ। ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ଏହି ନାଁ। ସେଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ବନ୍ଧଗୋଡ଼ା ପଞ୍ଚାୟତର ଆଦିବାସୀ ମହିଳା। ୪ ବର୍ଷ ହେଲା ବ୍ୟାଙ୍କ ମିତ୍ର ଭାବେ କାମ କରି ଆରୁଥିଲେ। ଭଲ କାମ କରିଥିବାରୁ ପ୍ରଶାସନଠାରୁ ପୁରସ୍କୃତ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଭୁବନେଶ୍ୱରରେ ବିକ୍ଷୋଭ ବେଳେ ରାଜ୍ୟ ସରକାର ଓ ତଥାକଥିତ ମୁଖୀଆଙ୍କ ବିରୋଧରେ ବର୍ଷିଥିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା।

ଭାରତୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ପରେ ନାନା ଅଭିଯୋଗ ଅଣାଯାଇଥିଲା। ଯାହାକୁ ନେଇ ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିଲା। ବିଶେଷକରି ଆଦିବାସୀମାନେ ରଣହୁଙ୍କାର ଦେଇଥିଲେ। ବୈଠକ କରି ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ପାନେ ଦେବା ବୋଲି ଖୋଲାଖୋଲି ଭାବେ କହିଥିଲେ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ଶାସକ ଦଳର ନେତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା।

Advertisment

ସବୁଆଡ଼ୁ ବିରୋଧରେ ସମ୍ମୁଖୀନ ହେବା ପ୍ରଶାସନ ମୁଣ୍ଡ ନୁଆଁଇଲା। ଆଜି ତାଙ୍କୁ ଚାକିରିରେ ପୁନଃ ନିଯୁକ୍ତି ଦେଇଛି। ଭାରତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଖୁଣ୍ଟା ବ୍ଲକ୍‌ ପ୍ରଶାସନ। ଏବେ ପୂର୍ବପରି ଭାରତୀ ନିଜ କାମ କରିବେ। ଚାକିରି ପାଇବା ପରେ ଭାରତୀ କହିଛନ୍ତି, ସତ୍ୟ ଓ ନ୍ୟାୟରେ ଥିଲି। ଆଜି ସତ୍ୟର ଜୟ ହେଲା। ସବୁ ଈଶ୍ଵରଙ୍କ ଇଚ୍ଛା। ଏହାଛଡ଼ା ମୋ ନାଁରେ ଅଣାଯାଇଥିବା ସବୁ ଅଭିଯୋଗ ମିଛ ବୋଲି ଜିପିଏଲ୍‌ଏଫ୍‌ ନିଷ୍ପତ୍ତି ନେଲେ। ତା’ପରେ ଚାକିରିରେ ନିଯୁକ୍ତି ଦେଲେ ବୋଲି ଭାରତୀ କହିଛନ୍ତି।  

ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ କୁହାଯାଇଛି, ଭାରତୀଙ୍କୁ ବେଆଇନ୍‌ ଭାବେ ବହିଷ୍କାର କରାଯାଇଥିଲା। ଯାହା କି ଠିକ୍‌ ନୁହେଁ। ସରକାର ଏଭଳି କୌଣସି ନିଷ୍ପତ୍ତି ନନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe