Advertisment

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ; ଚାପ ଖେଳିବେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ

ବିଧି ଅନୁଯାୟୀ ଆଜି ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଏହାପରେ ଆହୁରି ଦ୍ରୁତ ଗତିରେ ଆଗେଇବ ରଥ ନିର୍ମାଣ କାର୍ଯ୍ୟ।

Ratha Khala

Ratha Khala

Advertisment

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ। ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଏଥିପାଇଁ ବିଶ୍ୱକର୍ମା ମହାରଣାମାନେ ୬ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି।

Advertisment

ଶ୍ରୀମନ୍ଦିରରେ ସକାଳଧୂପ ବଢ଼ିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରିବେ। ଏହାପରେ ଆହୁରି ଦ୍ରୁତ ଗତିରେ ଆଗେଇବ ରଥ ନିର୍ମାଣ କାର୍ଯ୍ୟ।

ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ୍ ୪୨ଟି ଚକରୁ ୨୦ଟି ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୬ଟି ଲେଖାଏଁ ଯୋକା ଓ ଦେବୀ ରଥର ୧୨ଟି ଯୋକା ନିର୍ମାଣ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି ଯୋକା ସବୁ ରଥ କୋଣରେ ସ୍ଥାପନ ହେବା ପରେ ଚାରିପଟେ ଠେକାର ବାଡ ବୁଲିବ।

Advertisment

ସେପଟେ ଆଜି ନରେନ୍ଦ୍ର ପୁଷ୍କରଣୀରେ ଭଉଁରୀ ତିଥି ପାଳନ କରାଯିବ। ୨୧ ଘେରା ଚାପ ଖେଳିବେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପଞ୍ଚୁପାଣ୍ଡବ ଓ ରାମକୃଷ୍ଣ। ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe