Advertisment

ବିପୁଲ ରିଅଲ ଇଷ୍ଟେଟ୍‌ ସଂସ୍ଥାର ଏମ୍‌ଡିକୁ ନୋଟିସ୍‌

ବିପୁଲ ଲିମିଟେଡ୍‌ ନାମକ ରିଅଲ ଇଷ୍ଟେଟ୍‌ ସଂସ୍ଥାର MDଙ୍କୁ ଦିଆଯାଇଥିବା ଏହି ନୋଟିସରେ କୁହାଯାଇଛି, ୨୦୨୩ ମସିହାର ସାର୍ଟିଫିକେଟ୍ କେସ୍ ନମ୍ବର-୬ର ୮୭ ଲକ୍ଷ ୯୪ ହଜାର ୫୫୧ ଟଙ୍କା ଦାଖଲରେ ସଂସ୍ଥା ବିଫଳ ହୋଇଛି।

Bhubaneswar

Bhubaneswar

Advertisment

ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି (ଓରେରା) ଅର୍ଡରକୁ ବିଲ୍‌ଡରଙ୍କ ବେଖାତିର କରୁଛି। ହେଲେ ପ୍ରଶାସନ ଚୁପ୍ ବସିଛି। ବାସଗୃହ କ୍ରେତା ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ସୁପ୍ରିମକୋର୍ଟରେ ମାମଲା ପରେ ଆକ୍ସନ ଆରମ୍ଭ ହୋଇଛି। ଗିରଫଦାରି ପୂର୍ବରୁ ବିଲ୍‌ଡରଙ୍କୁ ସୋ କଜ୍‌ ନୋଟିସ୍‌ ହୋଇଛି।

Advertisment

ଭୁବନେଶ୍ୱର ADM ନିକଟରେ ଏକ ରିଅଲ ଇଷ୍ଟେଟ ସଂସ୍ଥା ମାଲିକଙ୍କୁ ସୋ’କଜ୍ ନୋଟିସ ପଠାଇବା ପରେ ଖୋଲୁଛି ବିଲ୍‌ଡରଙ୍କ ମନମାନିର ଗୁମର। ବିପୁଲ ଲିମିଟେଡ୍‌ ନାମକ ରିଅଲ ଇଷ୍ଟେଟ୍‌ ସଂସ୍ଥାର MDଙ୍କୁ ଦିଆଯାଇଥିବା ଏହି ନୋଟିସରେ କୁହାଯାଇଛି, ୨୦୨୩ ମସିହାର ସାର୍ଟିଫିକେଟ୍ କେସ୍ ନମ୍ବର-୬ର ୮୭ ଲକ୍ଷ ୯୪ ହଜାର ୫୫୧ ଟଙ୍କା ଦାଖଲରେ ସଂସ୍ଥା ବିଫଳ ହୋଇଛି। ତେଣୁ କାହିଁକି ତୁମ ବିରୋଧରେ ଗିରଫ ପାଇଁ ୱାରେଣ୍ଟ ଜାରି ହେବନି? ଡିସେମ୍ବର ୩୧ ସୁଦ୍ଧା ଜବାବ ଦାଖଲ କର। ଖାଲି ଏଇ ଗୋଟିଏ ନୁହେଁ, ଓରେରାର ଆଦେଶ ପରେ ଆହୁରି ୧୮ ଜଣ ବାସଗୃହ କ୍ରେତାଙ୍କ ୧୪ କୋଟି ୧୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇନି ବିପୁଲ୍ ଲିମିଟେଡ୍।

ଓପିଡିଆର ଆଇନ ଅନୁସାରେ, ଓରେରା ରାୟ ପରେ ଏଡିଏମ୍‌, ରିଅଲ ଇଷ୍ଟେଟ୍ ସଂସ୍ଥାଠାରୁ ଏହି କ୍ଷତିପୂରଣ ରାଶି ଅସୁଲ କରିବା କଥା। ହେଲେ ଆଶ୍ଚର୍ଯ୍ୟର କଥା, କେବଳ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଶତାଧିକ ମାମଲାରେ ଅର୍ଥ ଅନାଦେୟ ହୋଇ ପଡ଼ିରହିଛି। କିନ୍ତୁ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ଭୁବନେଶ୍ୱର ଏଡିଏମ୍‌।

Advertisment

ରିଅଲ ଇଷ୍ଟେଟ କର୍ମୀଙ୍କ କହିବା କଥା, ଗତ କିଛି ବର୍ଷ ହେଲା ଓରେରା ରାୟକୁ ବିଲ୍‌ଡରମାନେ ଅନୁପାଳନ କରୁନଥିବା ଦେଖାଯାଉଛି। ଓପିଡିଆର ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ ବୋଲି ରିଅଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି।

ରିଅଲ ଇଷ୍ଟେଟ୍ ସଂଘର କହିବା କଥା, ରେରା ରାୟରେ ଅସନ୍ତୁଷ୍ଟ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥା ଟ୍ରିବ୍ୟୁନାଲ କିମ୍ବା ହାଇକୋର୍ଟରେ ଆବେଦନ କରିପାରିବେ। ତେବେ ଉପର କୋର୍ଟକୁ ଗଲେ ରେରା ଆଦେଶ ଅନୁପାଳନର ଆବଶ୍ୟକ ନଥାଏ। ଅନ୍ୟପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କାହିଁକି ରେରା ଆଦେଶକୁ ବିଲ୍‌ଡରମାନେ ମାନୁନାହାନ୍ତି, କିଭଳି ସେମାନଙ୍କଠାରୁ ରାୟ ପରବର୍ତ୍ତୀ କ୍ଷତିପୂରଣ ଅର୍ଥ ଅସୁଲ କରାଯିବ, ସେନେଇ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Bhubaneswar Orera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe