/odisha-reporter/media/post_attachments/uploadimage/library/16_9/16_9_0/train_1710262386.jpeg)
train
ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସ୍ ଏଣିକି ସୋନପୁର ପର୍ଯ୍ୟନ୍ତ ଚଳପ୍ରଚଳ କରିବ । ବଲାଙ୍ଗୀର ପାଶ୍ୱର୍ରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଲାଇନ କାର୍ଯ୍ୟକ୍ଷମ ହେବା ଓ ସ୍ଥାନୀୟ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ଟ୍ରେନର ଚଳାଚଳକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହି ଟ୍ରେନ ମାର୍ଚ୍ଚ ୧୪ ତାରିଖରୁ ସୋନପୁରରୁ ଓ ୧୫ତାରିଖରୁ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରିବ ।
ସୂଚନା ଅନୁସାରେ, ୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ୍ ବଲାଙ୍ଗୀରରେ ପହଂଚିବା ପରେ ଅପରାହ୍ନ ୧ଟା ୪୫ମିନିଟରେ ସୋନପୁର ଅଭିମୁଖେ ଯାତ୍ରା କରିବ । ଅପରାହ୍ନ ୩ଟା ୧୫ମିନିଟରେ ସୋନପୁରରେ ପହଂଚିବ । ଫେରିବା ମାର୍ଗରେ ୧୨୮୯୪ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ୍ ସୋନପୁରରୁ ଅପରାହ୍ନ ୧ଟାରେ ଛାଡ଼ି ଅପରାହ୍ନ ୨ଟା ୨୫ମିନିଟରେ ବଲାଙ୍ଗୀର ଷ୍ଟେସନରେ ପହଂଚିବ । ଏହି ଟ୍ରେନ ଅପରାହ୍ନ ୨ଟା ୪୫ମିନିଟରେ ବଲାଙ୍ଗୀର ଷ୍ଟେସନରୁ ବାହାରି ରାତ୍ରି ୯ଟା ୪୫ମିନିଟରେ ଭୁବନେଶ୍ୱରରେ ପହଂଚିବ ।
୧୨୮୯୩/୧୨୮୯୪ ଭୁବନେଶ୍ୱର-ୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ଷ୍ଟେସନ ରହଣୀ ସମୟ ଉଭୟ ପାଶ୍ୱର୍ରୁ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ । ବଲାଙ୍ଗିର ଓ ସୋନପୁର ମଧ୍ୟରେ ଏହି ଟ୍ରେନ ବିଛୁପାଲି, ଝରତରଭା ଓ ନରସିଂହଗଡ଼ ରେଳଷ୍ଟେସନରେ ରହଣୀ କରିବ ।
ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆଜି ସୋନପୁର ଷ୍ଟେସନଠାରେ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
