Advertisment

ପୁଣି ଓଏଏସ୍ ବଦଳି: ଭୁବନେଶ୍ୱର ବିଡିଓ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା

ତେବେ ଜଣେ ଜୁନିୟର ଓଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କର ପ୍ରମୁଖ ଶିକ୍ଷା ପରାମର୍ଶଦାତା ଭାବେ ବାଛିଲେ ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

author-image
Ordigital Desk
undefined

Loka Seva Bhavan

ଗତକାଲି ୨୯୫ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଥିବା ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ମଧ୍ୟ ବଦଳି କରିଛନ୍ତି । ଭୁବନେଶ୍ୱରର ବିଡିଓ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳିକୁ ବାତିଲ କରାଯାଇ ଏଭଳି ପୁରସ୍କୃତ କରାଯାଇଛି । ତେବେ ଜଣେ ଜୁନିୟର ଓଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କର ପ୍ରମୁଖ ଶିକ୍ଷା ପରାମର୍ଶଦାତା ଭାବେ ବାଛିଲେ ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଓଏଏସ ସୁଦର୍ଶନ ପରିଡ଼ାଙ୍କୁ ଓଡ଼ିଶା ମାନବାଧିକାର ଆୟୋଗଙ୍କ ସଚିବ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ବିଜୟ କୁମାର ଖଣ୍ଡାୟତରାୟଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଶ୍ରୀ ରାୟ ଏବେ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ରାଜଶ୍ରୀ ସିଂଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ମନୋରଞ୍ଜନ ମହାପାତ୍ରଭ୍‌କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ଇନକ୍ୱାରୀ) ଭାବେ ନିଯୁକ୍ତି ମିଳିଛି।

ସେହିପରି ଭୁବନେଶ୍ୱର ବିଡିଓ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳିକୁ ବାତିଲ କରାଯାଇ ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହାସହିତ ସେ ଅତିରିକ୍ତ ଦାୟିତ୍ୱ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ, ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତିଙ୍କ ଓଏସଡି ଭାବେ କାର୍ଯ୍ୟ କରିବେ । ତେବେ ଶ୍ରୀ ଦଳେଇ ଜଣେ ଜୁନିୟର ଗ୍ରେଡ୍ (ଏସବି) ଓଏଏସ୍ ଅଫିସର ହୋଇଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ଭାବେ କାହିଁକି ଅବସ୍ଥାପିତ କରାଯାଇଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଥିବାବେଳେ ଭୁବନେଶ୍ୱର ବିଡିଓ ଭାବେ ତାଙ୍କ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିବା କୁହାଯାଉଛି ।

Advertisment

ସୂଚନାଯୋଗ୍ୟ, ଗତକାଲି ପଂଚାୟତିରାଜ ବିଭାଗ ପକ୍ଷରୁ ମୋଟ ୧୦୬ଜଣ ଓଏଏସଙ୍କ ବଦଳି ହୋଇଥିଲା ଓ ସେଥିରେ ଭୁବନେଶ୍ୱର ବିଡିଓ ଭାବେ ଓଏଏସ୍ ସାଗର ପାଲୋଙ୍କୁ ନିଯୁକ୍ତି ମିଳିଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମଧ୍ୟ ଗତକାଲି ୧୮୯ଜଣ ଓଏଏସ(ଓଆରଏସ୍ ନୁହେଁ) ଅଫିସରଙ୍କ ବଦଳି ନିର୍ଦ୍ଦେଶାନାମା ଜାରି ହୋଇଥିଲା । ରାଜ୍ୟ ପ୍ରଶାସନିକ ଇତିହାସରେ ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ଗତକାଲି ଗୋଟିଏ ଦିନରେ ଏକକାଳୀନ ୨୯୫ଜଣ ଓଏଏସଙ୍କ ବଦଳି ହୋଇଥିଲା ।

Oas Cmo