Advertisment

୯୦ କୋଟିର ଟିକସ୍‌ ଫାଙ୍କିଛି ଡିଏସ୍‌ ଗ୍ରୁପ୍‌

ପ୍ରାୟ ୨୧୦ କୋଟି ଟଙ୍କା ଲୁଚାଛପାରେ କ୍ୟାସ୍‌ ନେଇ ଏହି ସଂସ୍ଥା ୯୦ କୋଟି ଟିକସ ଫାଙ୍କିଛି।

DN Group

DN Group

Advertisment

ଡିଏନ୍‌ ଗ୍ରୁପ୍‌ ଉପରେ ଆୟକର ଚଢ଼ାଉ ସଂପର୍କରେ ମିଳିଲା ବଡ଼ ତଥ୍ୟ। ୯୦ କୋଟି ଟଙ୍କା ଟିକସ ଫାଙ୍କିଛି ରାଜଧାନୀର ଏହି ବହୁଚର୍ଚ୍ଚିତ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍। ପ୍ରାୟ ୨୧୦ କୋଟି ଟଙ୍କା ଲୁଚାଛପାରେ କ୍ୟାସ୍‌ ନେଇ ଏହି ସଂସ୍ଥା ୯୦ କୋଟି ଟିକସ ଫାଙ୍କିଛି। ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗରୁ ସୂଚନା ମିଳିଛି।

Advertisment

ଗତ ପ୍ରାୟ ୫ ଦିନ ଧରି ଚାଲିଥିବା ଚଢ଼ାଉରୁ ଜବତ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଏହି ତଥ୍ୟ ମିଳିଛି। କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍‌ ଆହରଣର ସୁରାକ ମିଳିଛି। ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ଆହରଣ ହୋଇଛି ଏଡି ୨୧୦ କୋଟି ଟଙ୍କା। ସଂଗୃହିତ ୨୧୦ କୋଟି ହୋଟେଲ, ମଲ୍‌ ଆଦିରେ ବିନିଯୋଗ ହୋଇଛି।

ଚଢ଼ାଉ ବେଳେ ନଗଦ ୯ କୋଟି ୭୪ ଲକ୍ଷ ଟଙ୍କା ଜବତ କରିଛି ଆୟକର ଟିମ୍। ଏତେ ପରିମାଣର ଟଙ୍କା ଜବତ ହେବା ଓଡ଼ିଶାରେ ଏଯାବତ ସର୍ବାଧିକ ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି। ତେବେ ଏନେଇ DN GROUP ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Income Tax IT Raid Bhubaneswar DN Group
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe