Advertisment

ଦୁର୍ଗନ୍ଧରେ ଫାଟି ପଡୁଛି ଭୁବନେଶ୍ୱର: BMC କହୁଛି- ଆଉ ୫ ମାସ ଦୁର୍ଗନ୍ଧ ସହିବାକୁ ପଡ଼ିବ

ଆଖପାଖର ୫ କିଲୋମିଟର ଯାଏଁ ଅଞ୍ଚଳ। ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡ଼ିବ ସୂଚନାଦେଲେ ବିଏମସି କମିଶନର।

Bhubaneswar

Bhubaneswar

Advertisment

ପୁଣି ଗନ୍ଧମୟ ପରିବେଶରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ଭୁବନେଶ୍ୱର ବାସିନ୍ଦା। ଗାଡ଼କଣ ଡମ୍ପିଂୟାର୍ଡ଼ର ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଅସ୍ତବ୍ୟସ୍ତ ଜୀବନ ଯାତ୍ରା। ସେପଟେ BMC କହୁଛି ଆହୁରି ୫ ମାସ ଦୁର୍ଗନ୍ଧ ସହିବାକୁ ପଡ଼ିବ। ଆଖପାଖର ୫ କିଲୋମିଟର ଯାଏଁ ଅଞ୍ଚଳ। ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡ଼ିବ ସୂଚନାଦେଲେ ବିଏମସି କମିଶନର।

Advertisment

ଭୁବନେଶ୍ୱର ସୈନିକ ସ୍କୁଲ ପଛପଟେ ରହିଛି ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍  (TTS)। ଗତ ମେ ମାସରୁ ଭୁଆଶୁଣୀ ଡମ୍ପିଂୟାର୍ଡ଼କୁ ଅଳିଆ ଯିବା ବନ୍ଦ ହେବା ପରେ ଏଠି ସୃଷ୍ଟି ହୋଇଛି ଆବର୍ଜନାର ପାହାଡ଼। ଡମ୍ପିଂୟାର୍ଡ଼ର ୪ରୁ ୫ କିଲୋମିଟର ଯାଏଁ ଅସହ୍ୟ ଗନ୍ଧ ହେଉଛି। ଗାଡ଼କଣ,  ରଙ୍ଗମାଟିଆ, ଡମଣା, ଭିଏସଏସ ନଗର, ଗଜପତି ନଗର, ମଞ୍ଚେଶ୍ୱର, ବାଣୀବିହାର ଏବଂ ଆଚାର୍ଯ୍ୟବିହାରରୁ ରସୁଲଗଡ଼ ପର୍ଯ୍ୟନ୍ତ ବ୍ୟାପିଲାଣି ଗନ୍ଧ। ପରିସ୍ଥିତି ଏଭଳି ହେଲାଣି ଯେ, ଘରକୁ ବନ୍ଧୁବାନ୍ଧବ ଆସିବାକୁ ନାକ ଟେକୁଛନ୍ତି। ଭଡ଼ା ଘରେ ରହୁଥିବା ଲୋକ ତ ଘର ଛାଡ଼ିବାକୁ ଚିନ୍ତା କଲେଣି। ସ୍ଥାନୀୟ ଅଞ୍ଚଳରେ ଥିବା ସ୍କୁଲରେ ଅଣନିଶ୍ୱାସୀ ହୋଇପଡୁଛନ୍ତି ଛାତ୍ରଛାତ୍ରୀ। ପ୍ରଦୂଷିତ ବାୟୁମଣ୍ଡଳ ପାଇଁ ସ୍ଥାନୀୟ ଲୋକେ ଚର୍ମ ଓ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏପଟେ ଯେମିତି ଅଚିନ୍ତାରେ ଅଛି ବିଏମସି।

କମିଶନରଙ୍କ ଯୁକ୍ତି ହେଉଛି, TTSର ପ୍ରୋସେସିଂ ୟୁନିଟ ତିଆରି ପାଇଁ ସମୟ ଲାଗୁଛି। ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡ଼ିବ। ତେବେ ଏପ୍ରିଲ ମାସ ସୁଦ୍ଧା ସବୁ ସଫା ହୋଇଯିବ। ଚେନ୍ନାଇର ଏକ କମ୍ପାନୀ ସହ ବିଏମସି ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସେସବୁ ଅଳିଆକୁ ପ୍ରାଥମିକ ଭାବରେ ପ୍ରୋସେସ  କରିବା ପୂର୍ବରୁ ଜେସିବି ଲଗାଯାଇ ଏଭଳି ଉଠାଯାଉଛି। ଯେଉଁଥିପାଇଁ ଏବେ ଦୁର୍ଗନ୍ଧ ଅଧିକ ହେଉଥିବା ସ୍ୱାକାର କରିଛନ୍ତି କମିଶନର। ପ୍ରତିଦିନ ରାଜଧାନୀରୁ ହଜାରେ ଟନ୍ ରୁ ଅଧିକ ଅଳିଆ ବାହାରୁଛି। ସେଥିରୁ ୨୫୦ ଟନ୍ ଅଳିଆ ୩୭ଟି MCC ଏବଂ ୧୭ଟି MRSରେ ଡିକମ୍ପୋଜ ହେଉଛି। ବଳକା ୭୫୦ ଟନ୍ ଅଳିଆର ଗନ୍ତାଘର ପାଲଟିଛି ଗାଡ଼କଣ ଡମ୍ପିଂୟାର୍ଡ଼।  

Advertisment
BMC Commissioner Dumping Yard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe