Advertisment

ଦିନକ ପରେ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ

ବିମାନ ଭୁବନେଶ୍ୱରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ।

ଅଦ୍ୟତନ ହୋଇଛି
flight

flight

Advertisment

ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ। ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ବିମାନ ସେବା। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ। ‘ଇଣ୍ଡିଆ ୱାନ୍ ଏ’ ସଂସ୍ଥା ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ।

Advertisment

ବିମାନ ଭୁବନେଶ୍ୱରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱରରେ ୧୦ଟା ୩୫ରେ ପହଞ୍ଚିବାକୁ ସ୍ଥିରିକୃତୀ ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳକୁର ଶୁଭାରମ୍ଭ କରିଥିଲେ।

Advertisment
Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe