Advertisment

‘ଶ୍ରୀକ୍ଷେତ୍ରକୁ ଗମନା ଗମନା ସୁଗମ କରିବା ପାଇଁ ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍‌’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍ -୫୭ ହେବ ୪ ଲେନ। ୪ ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ। ଏଥିପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍ -୨୬ ହେବ ୪ ଲେନ୍।

ଅଦ୍ୟତନ ହୋଇଛି
CM

CM

Advertisment

୪ ଧାମ ଭିତରୁ ଅନ୍ୟତମ ଧାମ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଏହି ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଶ୍ରଦ୍ଧାଳୁଙ୍କ ଗମନା ଗମନାକୁ ସୁଗମ କରିବା ପାଇଁ ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବା ପରେ ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  

Advertisment

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀକ୍ଷେତ୍ରକୁ ଗମନା ଗମନା ସୁଗମ କରିବା ପାଇଁ ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ହେବ ୬ ଲେନ୍‌। ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍‌ ରୋଡ୍‌ ତିଆରି ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା। ସେହିପରି ୮ ଲେନ୍‌ ହେବ ବଡ଼ବିଲ-ଚଣ୍ଡିଖୋଲ ଜାତୀୟ ରାଜପଥ(ଏନ୍‌ଏଚ୍‌)। ପ୍ରାୟ ୨୦୦ କିମି ବିଶିଷ୍ଟ ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌। ଏଥିସହ ୨ ଲେନ୍ ସର୍ଭିସ ରୋଡ୍ ମଧ୍ୟ ରହିବ। ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍ -୫୭ ହେବ ୪ ଲେନ। ୪ ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ। ଏଥିପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍ -୨୬ ହେବ ୪ ଲେନ୍। କେସିଙ୍ଗା-ଜୁନାଗଡ଼ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

Advertisment

ଗଡ଼କରୀଙ୍କ ସହ ମିଟିଂରେ ଆଉ କିଛି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାରା ଓଡ଼ିଶାକୁ ଅଣ୍ଡାକୃତିର ରିଂ-ରୋଡ୍ ପାଇଁ ମୋହନ ମାଝୀଙ୍କ ପ୍ରସ୍ତାବ ରହିଛି। ଜୟପୁରରୁ ନୂଆପଡ଼ା-ଝାରସୁଗୁଡ଼ା-ସମ୍ବଲପୁର-କେନ୍ଦୁଝର ଏବଂ କେନ୍ଦୁଝରରୁ ଜଳେଶ୍ୱର-ବାଲେଶ୍ୱର-ପୁରୀ ହୋଇ ରାମେଶ୍ୱରମ ଯିବ ଏହି ରାସ୍ତା। ମୋଟୁରୁ ତିରିଂ ପର୍ଯ୍ୟନ୍ତ ୯୬୯ କିଲୋମିଟର ରାସ୍ତା, ନୂଆପଡ଼ା-ଅସ୍ତରଙ୍ଗ ଏବଂ ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୫୦୦୦ କୋଟି ଟଙ୍କା ମୂଲ୍ୟରେ ୪ଟି ପ୍ରକଳ୍ପ ଉପରେ ସହମତି ହୋଇଛି। ଏହି ପ୍ରକଳ୍ପଗୁଡିକ ପାଇଁ DPR ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲା। ସେହି ପ୍ରକଳ୍ପ ଗୁଡ଼ିକ ହେଲା; କୋରାପୁଟ - ପୋଡୋମାରି ପ୍ରକଳ୍ପ( ଜାତୀୟ ରାଜପଥ-୩୨୬) (୨୪୬ କିମି)ର ଦୁଇ ଲେନିଂ ପାଇଁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି(CRIF) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଓଡ଼ିଶା ରାଜ୍ୟ ପାଇଁ ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର DPR ଦାଖଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାରୁ ପ୍ରକାଶ, ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ। ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇଥିଲେ। ଓଡ଼ିଶାର ଗମନାଗମନ କ୍ଷେତ୍ରର ଉନ୍ନତି ପାଇଁ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଗଡକରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

Bjp Cmo Of Odisha NHAI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe