Advertisment

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆ ରୂପ, ଓଡ଼ିଶାର ୩ଟି ସ୍ଥାନରେ ରହିଛି ଷ୍ଟପେଜ୍

ଓଡ଼ିଶାର କଟକ, ବାଲେଶ୍ୱର ଓ ଭଦ୍ରକରେ ଟ୍ରେନର ରହଣୀ କରିଛି। ଟ୍ରେନର ଗତି ଘଣ୍ଟାପ୍ରତି ରହିଛି ୧୬୦ କିଲୋମିଟର ରହିଛି।

ଅଦ୍ୟତନ ହୋଇଛି
Bhubaneswar Rajdhani Express

Bhubaneswar Rajdhani Express

Advertisment

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆରୂପ। ତେଜସ ରେକ୍ସ ସହ ଗଡ଼ିଲା ଟ୍ରେନ। ଭୁବନେଶ୍ୱର ଷ୍ଟେସନରେ ଏହାର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

Advertisment

ତେଜସ ରେକ୍ସରେ ରହିଛି ଅତ୍ୟାଧୁନିକ ସୁବିଧା। ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ସ୍ୱୟଂକୃତ ଓ ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍।

ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି। ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ସୁବିଧା ରହିଛି। GSM ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ଏଥିରେ କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ବା PICCUରେ ଡାଟା ରେକର୍ଡ ହେବ। ଏହାସହ ଏକୀକୃତ ପ୍ରଣାଳୀରେ ସମସ୍ତ ଡାଟା ରେକର୍ଡ ବ୍ୟବସ୍ଥା ଓ ଟଏଲେଟ୍ ସ୍ମେଲ୍ ସେନ୍ସର, ପ୍ୟାନିକ ସୁଇଚର ସଂଯୋଗ, ଫାୟାର ଆଲାରାମ ରହିଛି।

Advertisment

ବାୟୁର ଗୁଣବତ୍ତା ସେନ୍ସର, ଚୋକ୍ ଫିଲଟର ସେନ୍ସର ଓ ଏନର୍ଜି ମିଟର ମଧ୍ୟ ରହିଛି। ପ୍ରତି କୋଚ୍ ଭିତରେ ଦୁଇଟି ଏଲସିଡି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ପାଇଁ ଘୋଷଣା ଓ ସୂଚନା ପ୍ରଣାଳୀ, ପରବର୍ତ୍ତୀ ଷ୍ଟେସନ୍, ଆଗମନ-ପ୍ରସ୍ଥାନ ସମୟ, ସୁରକ୍ଷା ସମ୍ବନ୍ଧୀ ସୂଚନା ମିଳିବାର ସୁବିଧା ରହିଛି। ଏହାସହ ଜରୁରୀ ସ୍ଥିତିରେ ମେଡିକାଲ ଓ ସୁରକ୍ଷା ସମ୍ବନ୍ଧୀ ସୂଚନା ଆଦାନପ୍ରଦାନ ସୁବିଧା ରହିଛି। ପ୍ରତି କୋଚରେ ଉନ୍ନତ ସଫେଇ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। କର୍ଟେନ୍ ରୋଲର ବ୍ଲାଇଣ୍ଡ' ବଦଳରେ 'ୱିଣ୍ଡୋ ରୋଲରର ବ୍ଲାଇଣ୍ଡ'ର ବ୍ୟବହାର କରାଯାଇଛି। ଦିଲ୍ଲୀ ଯିବା ମଧ୍ୟରେ ଏହି ଟ୍ରେନ ୧୩ଟି ସ୍ଥାନରେ ରହଣୀ କରିବ।

ଓଡ଼ିଶାର କଟକ, ବାଲେଶ୍ୱର ଓ ଭଦ୍ରକରେ ଏହି ଟ୍ରେନ ରହଣୀ କରିଛି। ଶନିବାର ଦିନ ସମ୍ବଲପୁର ଦେଇ ଏହି ଟ୍ରେନ୍ ଚାଲିବ। ଟ୍ରେନର ଗତି ଘଣ୍ଟାପ୍ରତି ରହିଛି ୧୬୦ କିଲୋମିଟର ରହିଛି। ଟ୍ରେନରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

Bhubaneswar RajdhaniExpress Tejas Rakes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe