Advertisment

ମଙ୍ଗଳବାର ଯାଏଁ ବନ୍ଦ ରହିବ ଭୁବନେଶ୍ୱର ୧ ନମ୍ବର ହାଟ

ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Market close

Market close

ଗତକାଲିଠାରୁ ବନ୍ଦ ରହିଛି ଭୁବନେଶ୍ୱର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ଦୈନିକ ହାଟ ବ୍ୟବସାୟୀ ସଂଘ ।

Advertisment

ଦାବି ପୂରଣ ନହେବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ  ରାସ୍ତା ଜବର ଦଖଲଉଚ୍ଛେଦ ଭଳି ଦାବି କରିଥିଲା ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ। ଏ ସସସ୍ତ ସମସ୍ୟାର ସମାଧାନ ନେଇ BMC ଅଫିସ ଘେରାଉ କରିଥିଲା ସଂଘ।

ତେବେ ଏସବୁ ଦାବି ନେଇ କମିଶନରଙ୍କ ସହ ଆଲୋଚନା ବିଫଳ ପରେ ବଜାର ବନ୍ଦ ପାଇଁ ନିଷ୍ପତ୍ତି ନେଇ ବ୍ୟବସାୟୀ ସଂଘ। ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।

Advertisment

ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ଜଣେ ସଦସ୍ୟ କହିଛନ୍ତି, ହାଟ ପରିସରରେ ପାର୍କିଂ ନାହିଁ। ପାର୍କିଂ ନଥିବାରୁ ଗ୍ରାହକମାନେ ବଜାରକୁ ଆସିପାରିବେନି। ଆମେ କାହା ପାଇଁ ଦୋକାନ ଖୋଲିବୁ। ହାଟ ପରିସରରେ ପାର୍କିଂ ବ୍ୟବସ୍ଥା କରାଯିବା ଦରକାର। ଗ୍ରାହକ ଆସିବା ଦରକାର। ସରକାର ଏପରି କରି ଆମ ପେଟକୁ ନାତ ମାରିଛନ୍ତି। 

Bhubaneswar