/odisha-reporter/media/post_attachments/uploadimage/library/16_9/16_9_0/IMAGE_1724519680.jpg)
Mohan Majhi
ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ନିର୍ମାଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି। ସେହିପରି ସ୍ୱାଭାବିକ ମୃତ୍ୟୁ ହେଲେ ୩ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଲୋକସଭା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି।
Advertisment
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଶ୍ରମ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
