Advertisment

ମହାବଳ ବାଘଙ୍କ ମହା ଫାଇଟ୍‌; ଜାଣନ୍ତୁ, କିଏ ଦେଲା ପଛଘୁଞ୍ଚା?

ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍‌ । ଏହି ମହା ଫାଇଟ୍‌ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା।

author-image
Niharika Rout
ଅଦ୍ୟତନ ହୋଇଛି
Tiger

Tiger

ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍‌ । ଏହି ମହା ଫାଇଟ୍‌ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏପରି ବିଗ୍‌ ଫାଇଟ୍‌। ତେବେ ଏହି ଫାଇଟ୍‌ ପ୍ରାୟ ମାସେ ତଳେ ଘଟିଥିବା ବେଳେ ଏବେ ଏହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Advertisment

ଗତ ନଭେମ୍ବରରେ ଶିମିଳିପାଳରେ T-31 ଓ T-35 ନାମକ ଦୁଇଟି ବାଘ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଥିଲା। ଉଭୟଙ୍କ ମଧ୍ୟରୁ T-35 ଅପେକ୍ଷାକୃତ ଭାବେ T-31 ଅପେକ୍ଷା ଯୁବ ବୟସର। ତେଣୁ T-31 ସାମନାରେ ତିଷ୍ଠି ପାରି ନ ଥିଲା T-35 । ଆଉ ଦେଇଥିଲା ପଛ ଘୁଞ୍ଚା।

ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି। ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଫାଇଟ୍‌ ପରେ ଉକ୍ତ ଅଞ୍ଚଳରେ T-35 ମହାବଳ ଏକାକୀ ବୁଲୁଛି। ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି। ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-31 ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି।

Advertisment

ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ ଥିବା ଗଣନା ବେଳେ କ୍ୟାମେରା ଟ୍ରାପ୍‌ରୁ ଜଣାପଡ଼ିଛି। ଏଥିସହ ସେ କହିଛନ୍ତି, ଶିମିଳିପାଳରେ ଏବେ ବାଘ ଗଣନା ଚାଲିଛି। ତେବେ ଗଣନା ସରିଲେ ଏହି ସଂଖ୍ୟା ସ୍ପଷ୍ଟ ହୋଇଯିବ ।

ତେବେ ବାଘ ଫାଇଟ୍‌ ଏକ ସାଧାରଣ ଘଟଣା। ମାତ୍ର ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍‌ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ RRCF ପ୍ରକାଶ କରିଛନ୍ତି।

 ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି। କାରଣ ଏପରି ଫାଇଟ୍‌ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି।

ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି। ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି। ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି।

Similipal National Park Baripada Mayurbhanj Similipal Tiger Reserve