Advertisment

ଅନୁଭବଙ୍କ ଆବେଦନ ଖାରଜ, ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ

ମାମଲାରୁ ମୁକ୍ତି ପାଇଁ ଅନୁଭବ ଦାଏର କରିଥିବା ଡିସଚାର୍ଜ ପିଟିସନକୁ ଆଜି କୋର୍ଟ ଖାରଜ କରିବା ସହ ଆସନ୍ତା ୧୦ ତାରିଖରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
Anubhav

Anubhav

ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ଅଭିଯୋଗର ବିଚାର ପାଇଁ କଟକ ଜେଏମଏଫସି କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରୁ ମୁକ୍ତି ପାଇଁ ଅନୁଭବ ଦାଏର କରିଥିବା ଡିସଚାର୍ଜ ପିଟିସନକୁ ଆଜି କୋର୍ଟ ଖାରଜ କରିବା ସହ ଆସନ୍ତା ୧୦ ତାରିଖରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁ ମିଳିତ ଭାବେ ବର୍ଷାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଥିଲେ। ଏନେଇ ବର୍ଷା ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ପୁରୀଘାଟ ଥାନାରେ ଏତଲା ଦାଏର କରିଥିଲେ। ଅଭିଯୋଗର ତଦନ୍ତ କରି ପୁରୀଘାଟ ପୋଲିସ ଆଇପିସିର ଦଫା 498A/ 341/ 294/ 506/ 509/ 109/34ରେ ଚାର୍ଜଶିଟ ଦାଖଲ କରିଥିଲା। ତେବେ ଏସବୁ ଅଭିଯୋଗ ମିଥ୍ୟା ଦର୍ଶାଇ ମାମଲାରୁ ମୁକ୍ତି ପାଇଁ ଅନୁଭବ ଡିସଚାର୍ଜ ପିଟିସନ ଦାଏର କରିଥିଲେ।

ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହୋଇସାରିଛି ଓ ସେମାନଙ୍କ ବିରୋଧରେ ବିଚାରଯୋଗ୍ୟ ତଥ୍ୟ ରହିଥିବା ଦର୍ଶାଇ ଡିସଚାର୍ଜ ପିଟିସନ ଖାରଜ କରିବାକୁ ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଗତକାଲି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ବିଭିନ୍ନ ଦଲିଲକୁ ତର୍ଜମା କରି ଜେଏମଏଫସି କୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ କରି ଡିସଚାର୍ଜ ପିଟିସନ ଖାରଜ କରିବା ସହ ଆସନ୍ତା ମେ ୧୦ ତାରିଖରେ ଚାର୍ଜଫ୍ରେମ ହେବ ବୋଲି କୋର୍ଟ କହିଛନ୍ତି।

Advertisment
Anubhav Mohanty Barsa Priyadarshini Barsha-Anubhav Controversy