Advertisment

‘ସୁଭଦ୍ରା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ଆଜି ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ସୁଭଦ୍ରା ଯୋଜନା କଲ୍‌ ସେଣ୍ଟର। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଛନ୍ତି। ୧୪୬୭୮ ଟୋଲ ଫ୍ରି ନମ୍ବର ମାଧ୍ୟମରେ ଫୋନ କଲେ ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ପାଇପାରିବେ।

ଅଦ୍ୟତନ ହୋଇଛି
Pravati

BJP

Advertisment

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ରହିଛି ବହୁ ଦ୍ୱନ୍ଦ୍ୱ। ଆଜି ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ରର ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ। ସେ କହିଛନ୍ତି, ଘରେ ରହି ଅନ୍‌ଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ।

Advertisment

ଶ୍ରୀ ଦାଶ କହିଛନ୍ତି, ସୁଭଦ୍ର ପାଇଁ ଆବେଦନ କରିବାକୁ ହେଲେ ଜନସେବା କେନ୍ଦ୍ରକୁ ଆସିବାକୁ ପଡ଼ିବ। ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଲଗାନ୍ତୁନି ଭିଡ଼। ସେହିପରି ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ବୋଲି ଶ୍ରୀ ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ। କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି। ସେମାନଙ୍କଠାରୁ ଫର୍ମ ନେଇ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ। ଏଥିପାଇଁ ସାଥିରେ କେବଳ ଆଧାର ଆଣିବାକୁ ପଡ଼ିବ। ମୋବାଇଲ ନମ୍ବର, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଭଳି ୪ଟି ବିକଳ୍ପରେ ହୋଇପାରିବ ଆଧାର ଅଥେଣ୍ଟିକେସନ। ତେଣୁ ଆଧାର ଅପଡେଟ୍‌ କରାଇବା ଲାଗି ମଧ୍ୟ ଲୋକମାନେ ଜନସେବା କେନ୍ଦ୍ରରେ ଅଯଥା ଭିଡ଼ ଲଗାନ୍ତୁ ନାହିଁ। ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସୁଭଦ୍ରା ଯୋଜନା ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି।

Advertisment

ସେପଟେ ଆଜି ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ସୁଭଦ୍ରା ଯୋଜନା କଲ୍‌ ସେଣ୍ଟର। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଛନ୍ତି। ୧୪୬୭୮ ଟୋଲ ଫ୍ରି ନମ୍ବର ମାଧ୍ୟମରେ ଫୋନ କଲେ ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ପାଇପାରିବେ। ସକାଳ ୬ ରୁ ରାତି ୧୦ ଟା ଯାଏଁ ଏହି କଲ ସେଣ୍ଟର କାର୍ଯ୍ୟ କରିବ। ଏହି ସମୟ ଭିତରେ ଫୋନ କରି ସୁଭଦ୍ରା ସମ୍ପର୍କିତ ସୂଚନା ପାଇପାରିବେ।

Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe