Advertisment

ସୋମାଲିକାଙ୍କୁ ସାମୟିକ ଆଶ୍ୱସ୍ତି, ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ

ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ। ସତ୍ୟପାଠରେ ପ୍ରତ୍ୟୁଷା ଅଭିବାହିତା ବୋଲି ଦର୍ଶାଇଥିଲେ।

ଅଦ୍ୟତନ ହୋଇଛି
Somalika

Somalika

Advertisment

ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ତଥାକଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟିଥିବାରୁ ଖାରଜ କରିଦେଇଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ଅର୍ଥାତ ଏବେ ପ୍ରତ୍ୟୁଷା ନନ୍ଦଙ୍କୁ ବିଜୟ ଶଙ୍କର ବିବାହ କରିପାରିବେ ନାହିଁ।

Advertisment

ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ। ସତ୍ୟପାଠରେ ପ୍ରତ୍ୟୁଷା ଅଭିବାହିତା ବୋଲି ଦର୍ଶାଇଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଥିଲେ ସୋମାଲିକା ଦାଶ। ପ୍ରତ୍ୟୁଷା ପୂର୍ବରୁ ବିବାହ କରିଥିବା ବେଳେ ସତ୍ୟପାଠରେ କେମିତି ଅବିବାହିତା ବୋଲି ଦର୍ଶା ଯାଇଛି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା।

ସୋମାଲିକାଙ୍କ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ। ପ୍ରତ୍ୟୁଷାଙ୍କ ବିବାହ ନେଇ କ’ଣ ପ୍ରମାଣ ରହିଛି, ତାହା ଦାଖଲ କରିବା ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୋମାଲିକା, ପ୍ରତ୍ୟୁଷାଙ୍କ ବିବାହ ନେଇ ପ୍ରମାଣ ଦାଖଲ କରିଥିଲେ। କଟକ ବିବାହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରିବା ସହିତ ବିଜୟ ଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ୱାମୀଙ୍କୁ ହାଜର ପାଇଁ ନୋଟିସ୍‌ କରିଥିଲେ। ମାତ୍ର ବିଜୟ ଶଙ୍କର ହାଜର ହୋଇନଥିଲେ। ହେଲେ ପ୍ରତ୍ୟୁଷାଙ୍କ ସ୍ୱାମୀ ହାଜର ହୋଇ ପ୍ରମାଣ ଦେଖାଲ କରିଥିଲେ। ବିବାହ ପରେ ଛାଡ଼ପତ୍ର ହୋଇଥିବା ପ୍ରତ୍ୟୁଷାଙ୍କ ସ୍ୱାମୀ କହିଥିଲେ।

Advertisment

ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ୱାମୀଙ୍କ ପ୍ରମାଣ ଆଧାରରେ ଆଜି କଟକ ବିବାହ ପଞ୍ଜୀକରଣ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପ୍ରତ୍ୟୁଷାଙ୍କୁ ବିଜୟ ଶଙ୍କର ଏବେ ବିବାହ କରିପାରିବେନାହିଁ ବୋଲି ଶୁଣାଇ ଦେଇଛନ୍ତି। ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇ ଖାରଜ କରିଦେଇଛନ୍ତି। ଆବେଦନ ପତ୍ରରେ ପ୍ରତ୍ୟୁଷା ଅବିବାହିତ ବୋଲି ଦର୍ଶା ଯାଇଥିଲା। ମାତ୍ର, ପ୍ରତ୍ୟୁଷା ବିବାହ କରି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି।

ତେବେ ଆଇନ୍‌ଜୀବୀଙ୍କ କହିବା ଅନୁସାରେ ବିଜୟ ଶଙ୍କର ଚାହିଁଲେ, ଆଉ ଥରେ ବିବାହ ପାଇଁ ଆବେଦନ କରିପାରିବେ। ସେ ଠିକ୍‌ ସତ୍ୟପାଠ ଦାଖଲ କରି ବିବାହ ଆବେଦନ କରିପାରିବେ। ସେଥିପାଇଁ କୌଣସି ଟାଇମ୍‌ ଫ୍ରେମ୍‌ ନିର୍ଦ୍ଧାରଣ କରିନାହାନ୍ତି କୋର୍ଟ। ଯେ କୌଣସି ସମୟରେ ଆବେଦନ କଲେ ବିବାହ ନେଇ ନିଷ୍ପତ୍ତି ନିଆଯାଇପାରିବ ବୋଲି ଜଣାପଡ଼ିଛି।

BjD Bijay Shankar Das Mla Somalika Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe