ବସ୍ତି ଲୋକଙ୍କୁ ଭେଟିଲେ, ମୁଗ ଡାଲି ଓ କନ୍ଧମାଳ ହଳଦୀ କିଣିଲେ ବିଲ୍ ଗେଟସ୍

ବିଲ୍ ଗେଟସ୍ ଆଜି ସକାଳେ ରାଜଧାନୀର ମା’ ମଙ୍ଗଳା ବସ୍ତିକୁ ଯାଇ ସେଠାରେ ବସ୍ତିବାସିନ୍ଦା ବିଶେଷକରି ବସ୍ତିର ମହିଳାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Bill Gates PhotoOR

ବିଲ ଗେଟ୍ସ ବସ୍ତିରେ ବୁଲୁଥିବା ସମୟର ଫଟୋ

Ordigital Desk
  • Published: Wednesday, 28 February 2024
  • Updated: 28 February 2024, 10:55 PM IST

Sports

Latest News

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟସ୍ ତାଙ୍କର ଓଡ଼ିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି । ଗଲାବେଳେ ସାଙ୍ଗରେ ମିଶନଶକ୍ତି ବଜାରରୁ ମୁଗ ଡାଲି, କନ୍ଧମାଳ ହଳଦୀ ସହ ଅନ୍ୟାନ୍ୟ ସାମଗ୍ରୀ କିଣି ନେଇଛନ୍ତି । କୋରାପୁଟ କଫି ଚାଖିବା ସହ ବସ୍ତିବାସିନ୍ଦାଙ୍କ ସଙ୍ଗେ ଭାବ ବିନିମୟ, କୃଷି ଭବନରେ ବରିଷ୍ଠ ଅଧିକାରୀ ସହ ଆଲୋଚନା ଓ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଲ୍ ଗେଟସ୍ ଆଜି ଅପରାହ୍ନ ସାଢ଼େ ୧ଟାରେ ଦିଲ୍ଲୀ ଫେରି ଯାଇଛନ୍ତି । ସେ ଗତକାଲି ରାତି ୯ଟାରେ ଭୁବନେଶ୍ୱରରେ ପହଂଚିଥିଲେ ।

ସୂଚନା ଅନୁସାରେ, ବିଲ୍ ଗେଟସ୍ ଆଜି ସକାଳେ ରାଜଧାନୀର ମା’ ମଙ୍ଗଳା ବସ୍ତିକୁ ଯାଇ ସେଠାରେ ବସ୍ତିବାସିନ୍ଦା ବିଶେଷକରି ବସ୍ତିର ମହିଳାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଟ୍ରାନ୍ସଲେଟର ସହାୟତାରେ କଥାବାର୍ତ୍ତା କରି ସେ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଜାଣିଥିଲେ । ବିଲ୍ ଓ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପକ୍ଷରୁ ବସ୍ତିର ଉନ୍ନତି ପାଇଁ କରାଯାଇଥିବା କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ । ବସ୍ତିରେ ପ୍ରାୟ ୩୦ମିନିଟ୍ ଧରି ବିତାଇଥିଲେ । ବସ୍ତିରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ବିଲ୍ ଗେଟସ୍ କଥା ହୋଇଥିଲେ ।

Also Read

ତା’ପରେ କୃଷି ଭବନ ଯାଇ ସେଠାରେ କୃଷି ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ଫାଉଣ୍ଡେସନ ସହାୟତାରେ ଚାଷୀୀଙ୍କୁ ବୈଷୟିକ ଓ ପରାମର୍ଶ ଦେବା ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ  ହୋଇଥିଲେ । କୃଷି କ୍ଷେତ୍ର ପାଇଁ ବିଭାଗ ପକ୍ଷରୁ ହୋଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ବିଶେଷକରି କୃଷି କ୍ଷେତ୍ରରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚରର ମାଧ୍ୟମରେ ଓଡ଼ିଶାରେ ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ରାଜ୍ୟର ୭୦ଲକ୍ଷ ଚାଷୀଙ୍କ ପାଖରେ ଏହି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କିଭଳି ସେବା ପ୍ରଦାନ କରାଯାଉଛି  ସେ ସମ୍ପର୍କରେ ଅବଗତ ହୋଇଥିଲେ ।

ସେଠାରୁ ସେ ସିଧାସଳଖ ମିଶନ ଶକ୍ତି ବଜାରକୁ ଯାଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ବଜାରକୁ ଉଦଘାଟନ କରିଥିଲେ । ତାଙ୍କ ସହ ସେଠାରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ । ବିଲ୍ ଗେଟସ୍ ସେଠାରେ କୋରାପୁଟ କଫିର ସ୍ୱାଦ ଚାଖିବା ସହ ମୁଗ ଡାଲି, କନ୍ଧମାଳ ହଳଦୀ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣି ବିଲ୍ ଗେଟସ୍ ବେଶ୍ ଖୁସି ବ୍ୟକ୍ତ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ । ସେଠାରେ ପ୍ରାୟ ୨୦-୨୫ ମିନିଟ୍ ରହିବା ପରେ ସିଧାସଳଖ ଏୟାରପୋର୍ଟ ଯାଇଥିଲେ । ପ୍ରାଇଭେଟ୍ ଜେଟରେ ପ୍ରାୟ ସାଢ଼େ ୧ଟାବେଳେ ବିଲ୍ ଗେଟସ୍ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story