Advertisment

ବଣ୍ଡା ଘାଟିର ପ୍ରଥମ ଓଏଏସ୍‌; ୟୁ ଟ୍ୟୁବରୁ ପଢୁଥିଲେ ପାଠ

ବଣ୍ଡା ଘାଟିର ଝିଅ ହେଉଛନ୍ତି ବିନି ମୁଦୁଲି। ତାଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି। ଆଉ ତାଙ୍କ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ବିନିଙ୍କ ପ୍ରାଥମିକ ଶିକ୍ଷା ମୁଦୁଲିପଡ଼ା ପ୍ରାଥମିକ ସ୍କୁଲ ହୋଇଥିଲା।

Bini Muduli

Bini Muduli

Advertisment

୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ବିନି ମୁଦୁଲି। ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି। ସେ ୫୯୬ ନମ୍ୱର ରାଙ୍କ ରଖିଛନ୍ତି। ରେଜଲ୍‌ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି। ଆଉ ଏହି ସଫଳତାର ଶ୍ରେୟ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି।

Advertisment

ମାଲକାନଗିରି ବଣ୍ଡା ଘାଟିର ଝିଅ ହେଉଛନ୍ତି ବିନି ମୁଦୁଲି। ତାଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି। ଆଉ ତାଙ୍କ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ବିନିଙ୍କ ପ୍ରାଥମିକ ଶିକ୍ଷା ମୁଦୁଲିପଡ଼ା ପ୍ରାଥମିକ ସ୍କୁଲ ହୋଇଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ନବୋଦୟ ପ୍ରବେଶିକା ପରୀକ୍ଷାରେ ପାସ କରିଥିଲେ। ସେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ବିନି ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ନାଁ ଲେଖାଇଥିଲେ। ସେଠାରେ ସେ ବିଏ ପାସ୍‌ କରିଥିଲେ।

ଗ୍ରାଜୁଏସନ ପାସ୍‌ କଲା ପରେ ବିନି ଘରକୁ ପଳାଇ ଆସିଥିଲେ। ୟୁଟ୍ୟୁବ୍‌ରୁ OPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଉ ଅନ୍‌ଲାଇନ୍‌ରେ କିଛି ବହି ମଗାଇ ପଢ଼ିଥିଲେ। ଏହାଛଡ଼ା ଏକ ଇନ୍‌ଷ୍ଟିଚ୍ୟୁଟ୍‌ର ଗାଇଡାନ୍ସରେ ପାଠ ପଢ଼ିଥିଲେ। ତେଣୁ ଆଜି ସେ ସଫଳ ହୋଇଛନ୍ତି। ଆଗାମୀ ଦିନରେ ନିଜ ସମ୍ପ୍ରଦାୟ ତଥା ବଣ୍ଡା ଜନଜାତି ଓ ଦୁର୍ଗମ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ କାମ କରିବେ ବୋଲି ବିନି କହିଛନ୍ତି।

Advertisment
OAS Result Opsc Exam Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe